www.samajalive.in
Wednesday, December 10, 2025
16.1 C
Bhubaneswar

ବଲିଉଡରେ ପ୍ରଥମ, ରଣବୀର ସିଂ କିଣିଲେ ସାଢେ ୪ କୋଟି ଟଙ୍କାର ଇଲେକ୍ଟ୍ରିକ୍ ହାମର

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର ସିଂ ଏକ କାର୍ କିଣିଛନ୍ତି । ତେବେ ଏହା କୌଣସି ସାଧାରଣ କାର୍ ନୁହେଁ, ଏହାର ହେଉଛି ହାମର ଇଭି ଯାହା ଏ ପର୍ଯ୍ୟନ୍ତ ବଲିଉଡର କୌଣସି ବି ଅଭିନେତାଙ୍କ ପାଖରେ ନଥିଲା । ସିଏସ୍ ୧୨ ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓରେ ରଣବୀର ସିଂହଙ୍କ ନୂଆ ହାମର ଇଭି ତାଙ୍କ ଘରକୁ ଡେଲିଭରୀ ହେଉଥିବାର ନଜର ଆସୁଛି । ତେବେ ଏହା ଭାରତର କୌଣସି ସେଲିବ୍ରିଟିଙ୍କ ଦ୍ବାରା କ୍ରୟ କରାଯାଇଥିବା ପ୍ରଥମ ହାମର ଇଭି ।

ହାମର ଇଭିର ଖାସ୍ କଥା ହେଉଛି ଏହି ମଡେଲରେ ୧୭୮ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ମିଳିଥାଏ । ଏହାର ପାଓ୍ବର ଇନପୁଟ କଥା କହିବା ତ ଏଥିରେ ୮୩୦ବିଏଚପିର ପାଓ୍ବର ଓ ୧୫,୫୯୨ ଏନଏମର ଟର୍କ ଜେନେରେଟ୍ କରିବାରେ ସକ୍ଷମ ।  ଏହାର ରେଞ୍ଜ ୫୦୫ କିଲୋମିଟର । ଏହି ଏସୟୁଭି ମାତ୍ର ୩.୫ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏହାର ଓଜନ ୪୫୦୦ କିଲୋଗ୍ରାମରୁ ଅଧିକ । ଏଥିରେ ୧୩.୪ ଇଞ୍ଚର ଟଚସ୍କ୍ରିନ୍, ୧୨.୩ ଇଞ୍ଚର ଡିଜିଟାଲ କ୍ଲଷ୍ଟର, ସୁପର କ୍ରୁଜ୍ ଓ କ୍ରାବ୍ ବ୍ୟାକ୍ ମୋଡ୍ ମିଳିବ ।

- Advertisement -

ଆମେରିକାରେ ହାମର ଇଭିର ଦାମ୍ ପ୍ରାୟ ୮୪ ଲକ୍ଷ ଟଙ୍କା । ଭାରତକୁ ଏହା ଆଣିବା  ପରେ ଏହାର ଦାମ୍ ୩.୮ କୋଟି ଟଙ୍କାରୁ ସାଢେ ୪ କୋଟି ଟଙ୍କା ମଧ୍ୟରେ ହୋଇଥାଏ । ତେବେ ରଣବୀର କେଉଁ ଭାରିଏଣ୍ଟ କିଣିଛନ୍ତି ଏନେଇ କୌଣସି ସୂଚନା ନାହିଁ । କିନ୍ତୁ ଅନୁମାନ କରାଯାଉଛି କି ଏହା ଟପ୍ ଏଣ୍ଡ୍ ଭାରିଆଣ୍ଟ । ରଣବୀରଙ୍କୁ ପରେ ହାମର ଇଭି ଚଳାଉଥିବା ମଧ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଗ୍ରୀନ୍ ନମ୍ବର ପ୍ଲେଟ୍ ଲାଗିଥିଲା ଯାହା ଇଲେକ୍ଟ୍ରିକ୍ ଗାଡି ପାଇଁ ହୋଇଥାଏ । ରଣବୀରଙ୍କ କାର କଲେକ୍ସନରେ ପୂର୍ବରୁ ମର୍ସିଡିଜ୍, ଏବଂ ଅନ୍ୟ ଦାମୀ କାର୍ ରହିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories