www.samajalive.in
Saturday, December 13, 2025
18.1 C
Bhubaneswar

ଛାତ୍ରୀଙ୍କୁ ଶିକ୍ଷକ ମାଡ ମାରିବା ଘଟଣା: ତଦନ୍ତ ରିପୋର୍ଟ ଦାଖଲ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ବାସୁଦେବପୁର : ଜଣେ ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ଅତିରିକ୍ତ ଶିକ୍ଷାଧିକାରୀ ଉର୍ମିଳା କର ମଙ୍ଗଳବାର ଦିନ ତଦନ୍ତ ରିପୋର୍ଟ ଦାଖଲ କରିବେ । ସୂଚନା ମୁତାବକ, ଶୁକ୍ରବାର ଦିନ ବାସୁଦେବପୁର ପୈାରପାଳିକା ଅଧିନ ଶୁକଦେବପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀ ଜଣକ ବ୍ୟାଗ ନେଉଥିବା ସମୟରେ ବାଜିଯିବା କାରଣକୁ ନେଇ ଛାତ୍ରୀଙ୍କ ବଡ ଭଉଣୀ ତାଗିଦ କରୁଥିବା ବେଳେ ପ୍ରଧାନଶିକ୍ଷକ ଉମେଶଚନ୍ଦ୍ର କାଠ ସହପାଠୀମାନଙ୍କ ଦ୍ୱାରା ଛାତ୍ରୀଜଣଙ୍କୁ ଉଠାଇଆଣି ମାଡ ମାରିଥିଲେ । ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଅଶାନ୍ତି ଦେଖଦେଇଥିଲା । ସନ୍ଧ୍ୟା ସମୟରେ ଛାତ୍ରୀ ଜଣକ ଗୁରୁତର ହେବାରୁ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ଛାତ୍ରୀଙ୍କୁ ଗୁରୁତର ଜାଣି ପୋଲିସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି  ଅତିରିକ୍ତ ଶିକ୍ଷାଧିକାରୀ ଉର୍ମିଳା କର ଓ ସିଆରସିସି ସର୍ବେଶ୍ୱର ମଲ୍ଲିକ ସଂପୃକ୍ତ ବିଦ୍ୟାଳୟକୁ ତଦନ୍ତ ପାଇଁ ଯାଇଥିଲେ । ଏନେଇ ଅତିରିକ୍ତ ଶିକ୍ଷାଧିକାରୀ ଉର୍ମିଳା କର କୁହନ୍ତି, ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ପାଇବା ପରେ ସିଆରସିସିଙ୍କ ସହ ବିଦ୍ୟାଳୟକୁ ଯାଇଥିଲି, ଆସନ୍ତାକାଲି ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ।  ତେବେ ଏସଂପର୍କରେ ପ୍ରଧାନଶିକ୍ଷକ ଶ୍ରୀ କାଠଙ୍କ କୈାଣସି ମତାମତ ମିଳିପାରିନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories