ପୁରୀ : ପୁଣି ଶ୍ରୀମନ୍ଦିରରୁ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଧରାପଡିଛି । ଗୁଜରାଟର ଜଣେ ଭକ୍ତ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଫଟୋ ଉଠାଉଥିବା ସମୟରେ ଧରାପଡିଛନ୍ତି । କୀର୍ତ୍ତନଚକଡା ନିକଟରୁ ତାଙ୍କୁ ସିଂହଦ୍ବାର ଥାନା ପୁଲିସ ଧରିଥିବା ଜଣାପଡିଛି । କହିରଖୁଛୁ ନିକଟରେ ଜଣେ ଯୁବକ ଏହିଭଳି ଏକ ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ବେହରଣ ଦ୍ବାର ନିକଟରେ ତାଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ତଦନ୍ତ କରିଥିଲେ । ପରେ ତାଙ୍କ ଚଷମାରେ ହିଡେନ୍ କ୍ୟମେରା ଲାଗିଥିବା ଜଣାପଡିଥିଲା ।
Popular Categories



