ବାସୁଦେବପୁର : ଜାମୁଝାଡିଠାରୁ ଧାମରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥିକରଣ, ଏହି ରାସ୍ତାରେ ତିନିଗୋଟି ବାଇପାସ ରାସ୍ତା ନିର୍ମାଣ ଓ ଧାମରା ବନ୍ଦରରେ ଶିକ୍ଷିତ ବେକାରମାନଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ସମେତ ବାସୁଦେବପୁରବାସୀଙ୍କ ଅହୋରାତ୍ର ଧାରଣା ଜାରି ରହିଛି । ଏହି ଧାରଣାକୁ ନେଇ ଆଜି ବନ୍ଦରକୁ ଯାତାୟାତ କରୁଥିବା ସମସ୍ତଯାନ ବନ୍ଦ ରହିଛି । ଘଟଣାର ସମାଧାନ ପାଇଁ ସମାଧାନର ସୁତ୍ର ବାହାର କରିବାରେ ଲାଗିପଡିଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ବାସୁଦେବପୁର ବିଧାୟକ ତଥା ବିରୋଧୀ କଂଗ୍ରେସ ଦଳର ଉପନେତା ଅଶୋକକୁମାର ଦାସଙ୍କ ସହିତ ଜିଲ୍ଲାପାଳ ଦିଲ୍ଲିପକୁମାର ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବ୍ଲକ ସଭା ଗୃହରେ ଆଲୋଚନା ଜାରି ରହିଛି । ଦୀର୍ଘ ଦୁଇଘଣ୍ଟା ଧରି ଆଲୋଚନା ଜରିଆରେ ସମାଧାନର ସୁତ୍ର ଖୋଜୁଛି ପ୍ରଶାସନ ।
Popular Categories



