www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ଦ୍ଧାରିତ ପରିମାଣଠାରୁ ୬ ଗୁଣ ଅଧିକ ସାର ବିକ୍ରି,  ଦୋକାନ ବନ୍ଦ କଲା କୃଷି ବିଭାଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଥିବା ଶ୍ରୀ ଲକ୍ଷ୍ମୀ ଫର୍ଟିଲାଇଜର ସେଲ୍ସ ରେ ଧାନ ରୁଆ ଆରମ୍ଭ ବେଳକୁ ନିର୍ଦ୍ଧାରିତ ପରିମାଣଠାରୁ ୬ ଗୁଣ ଅଧିକ ସାର ବିକ୍ରି ହୋଇଛି। ଏହା କିପରି ସମ୍ଭବ ଏନେଇ ତଦନ୍ତ କରିବା ପାଇଁ ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ପାଟଣା କୃଷି ବିଭାଗକୁ ତଦନ୍ତ ଭାର ଦିଆଯାଇଥିଲା । ଆଜି ଘଟଗାଁ କୃଷି ଜିଲ୍ଲା ଅଧିକାରୀ ତୁଷାର କାନ୍ତ ମହାନ୍ତି, ସହ କୃଷି ଅଧିକାରୀ ସୁବ୍ରତ କୁମାର ମଲ୍ଲିକ ,ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ଓ ସହ କୃଷି ଅଧିକାରୀ ପରେଶ୍ କୁମାର ଦାଶ ପ୍ରମୁଖ ଭଅଁରପୁର ଗ୍ରାମର ଏହି ସାର ଦୋକାନକୁ ଯାଇ ଏଠାରେ ବିକ୍ରି ବଟା ଯାଞ୍ଚ କରିବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦୋକାନ ଆଜିଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories