www.samajalive.in
Monday, December 15, 2025
26.1 C
Bhubaneswar

ଜହ୍ନରେ କାହିଁକି ପରମାଣୁ ରିଆକ୍ଟର ନିର୍ମାଣ କରିବ ଆମେରିକା ?

ନୂଆଦିଲ୍ଲୀ: ଆମେରିକା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି । ଏହା ପୂର୍ବରୁ ସେ ଚନ୍ଦ୍ରରେ ଏକ ବେସ ଏବଂ ମାନବୀୟ ବସତି ମଧ୍ୟ ପ୍ରତିଷ୍ଠା କରିପାରେ, ଯେଉଁଥିରେ କିଛି ଘର ନିର୍ମାଣ ହେବ। ପ୍ରଶ୍ନ ଉଠୁଛି, ଆମେରିକୀୟ ମହାକାଶ ସଂସ୍ଥା ନାସା (NASA) କାହିଁକି ଏପରି କରୁଛି? ଏହି ରିଆକ୍ଟର ଚନ୍ଦ୍ରରେ କେଉଁ କାମରେ ଲାଗିବ? ଆମେରିକା ପରି ଋଷ ଓ ଚୀନ ମଧ୍ୟ ଏହା କରିବାକୁ ଯୋଜନା କରୁଛନ୍ତି।  କଣ ଏହାର ଉଦ୍ଦେଶ୍ୟ, ଓ ବିପଦ ଆସନ୍ତୁ ଜାଣିବା ।

ଚନ୍ଦ୍ରରେ ଦୀର୍ଘସ୍ଥାୟୀ ମାନବ ଉପସ୍ଥିତି, ଗବେଷଣା ବେସ ନିର୍ମାଣ, କିମ୍ବା ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ସ୍ଥାୟୀ ଶକ୍ତି ଉତ୍ସ ଅତ୍ୟନ୍ତ ଆବଶ୍ୟକ। ଚନ୍ଦ୍ରରେ ସୌର ଶକ୍ତି ସୀମିତ, କାରଣ ସେଠାରେ ୧୪ ଦିନ ରାତି ଓ ୧୪ ଦିନ ଦିବା ହୋଇଥାଏ, ଯାହା ଭାରତର ୨୮ ଦିନ ସହ ସମାନ। ୧୪ ଦିନର ରାତି ସମୟରେ ଶକ୍ତିର ବହୁତ ଆବଶ୍ୟକତା ହୋଇଥାଏ। ଏପରି ପରିସ୍ଥିତିରେ ନିରନ୍ତର ବିଦ୍ୟୁତ ଯୋଗାଇବା ପାଇଁ ପରମାଣୁ ଶକ୍ତି ହିଁ ସବୁଠାରୁ ନିର୍ଭରଯୋଗ୍ୟ ବିକଳ୍ପ ବୋଲି ବିବେଚନା କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories