www.samajalive.in
Sunday, December 14, 2025
23.1 C
Bhubaneswar

ମରାମତି ପରେ ପୁଣି ରାସ୍ତା ଫାଟି ଆଁ, ଆନ୍ଦୋଳନ ଚେତାବନୀ

ଲଡୁଗାଁ : କୋକସରା ବ୍ଲକର କାଉଡୋଳା ସରାବୁପଡ଼ା ଠାରୁ ବୋବରିଆକୁ ସଂଯୋଗ ହୋଇଥିବା ପିଚୁ ରାସ୍ତାର ଅବସ୍ଥା ମରାମତି ପରେ ପୁଣି ଶୋଚନୀୟ ହୋଇପଡ଼ିଛି । ପିଚୁ କାମ ଶେଷ ହୋଇ ଦେଢ଼ ଦୁଇ ମାସ ନପୁରୁଣୁ ରାସ୍ତା ଉପରୁ ପିଚୁ ଉଠିଯାଉଥିବା ଓ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା କାଉଡୋଳାଠାରୁ ଆରମ୍ଭ କରି ଟେମରା, ମାଝୀଗୁଡା, ଡେଙ୍ଗାଗୁଡା, ମହିମା ଓ ବେହେରା ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଅଶାନ୍ତି ଦାନା ବାନ୍ଧୁଛି । ସାଧାରଣତଃ ରାସ୍ତା ନିର୍ମାଣରେ ମାଟି, ମୋରମ, ମେଟାଲ ପଥର ଗୁଣ୍ଡ, ଦେଇ ପିଚୁ କରାଯାଏ ।  ହେଲେ ଏହି ରାସ୍ତାରେ କେବଳ ପଥର ଗୁଣ୍ଡ ଦେଇ ପୋଡା ପିଚୁ ଢାଳି ଦେଇ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଯାହାଦ୍ବାରା ନିର୍ମାଣର ଦୁଇ ମାସ ନ ପୁରୁଣୁ ଅତି ନିମ୍ନମାନର କାର୍ଯ୍ୟ ହେତୁ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ପଡୁଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅନୁଦାନରୁ ୪୨୧, ୩୭ ଲକ୍ଷ ଟଙ୍କା ମରାମତି କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ଦ୍ଵାରାଆନନ୍ଦ କୁମାର ଅଗ୍ରୱାଲ ନାମକ ସ୍ଵତନ୍ତ୍ର ଶ୍ରେଣୀ ଠିକାଦାରକୁ ଦିଆଯାଇଛି । ଲୋକଙ୍କ ଅଭିଯୋଗକୁ ବିଭାଗ ଗୁରୁତ୍ବର ସହ ନେଇ ରାସ୍ତାକାମର ତଦନ୍ତ କଲେ ପ୍ରକୃତ ସତ୍ୟାସତ ସାମ୍ନାକୁ ଆସିପାରିବ । ରାସ୍ତା ପୁନଃ ନିର୍ମାଣ ନକଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories