www.samajalive.in
Saturday, December 6, 2025
14.1 C
Bhubaneswar

ସାର ଗୋଦାମରେ କୃଷି ବିଭାଗର ଚଢାଉ

ପାଟଣା : ଚଳିତ ଖରିଫ ଋତୁରେ ସାହାରପଡା ବ୍ଲକରେ ୨୨୫୧୫ ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଚାଷରେ ବ୍ୟବହୃତ ସାରର କଳା ବଜାରୀର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଏଡ଼ାଇବା ତଥା ସାର କଳାବଜାର ରୋକିବା ପାଇଁ ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୁ ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପରମିତା ଜେନା ପ୍ରମୁଖ ଆଜି ସାହାରପଡା,ଉଦୟପୁର, ଖଜିରାପାଟ, ସିଲିପଦା, କପୁଣ୍ଡି ଆଦି ସ୍ଥାନରେ ଥିବା ଲାଇସେନ୍ସ ପ୍ରାପ୍ତ ସାର ଗୋଦାମ ଉପରେ ଚଢ଼ାଉ କରି ଗଚ୍ଛିତ ସାରର ପରିମାଣ ଓ ବିକ୍ରି ସମ୍ବନ୍ଧୀୟ ଦର ବିଷୟରେ ପଚାରି ବୁଝିଥିଲେ ଏବଂ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର ବିକ୍ରି ନକରିବାକୁ ତାଗିଦ୍ କରିଥିଲେ। ବର୍ତ୍ତମାନ ଧାନ ତଳି ରୁଆ ସରିଥିବାବେଳେ ଚାଷୀ ନିଜ ଜମିରେ ୟୁରିଆ ଓ ପଟାସ ସାର ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ  ସାହାରପଡା ବ୍ଲକର ସମସ୍ତ ସାର ଗୋଦାମରେ ଏହି ଚଢାଉ ଜାରି ରହିବ ବୋଲି ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories