ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଲଜ୍ଜାଜନକ ଘଟଣା ଘଟିଛି । ୧୦ ବର୍ଷୀୟା ଏକ ନାବାଳିକାକୁ ୩୫ ବର୍ଷୀୟ ଜଣେ ଯୁବକ ଦୁଷ୍କର୍ମ ପ୍ରୟାସ କରି ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି । ପରେ ଗ୍ରାମବାସୀ ପାରଳାଖେମୁଣ୍ଡି ପୋଲିସ୍ କୁ ସୂଚନା ଦେଇ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛନ୍ତି । ନାବାଳିକା ଘରେ ଶୋଇଥିବାବେଳେ ସେରଙ୍ଗ ଥାନା ଅନ୍ତର୍ଗତ ଲୁହାର ଗ୍ରାମର ପ୍ରସନ୍ନ ଗମାଙ୍ଗ ହଠାତ୍ ଘର ଭିତରେ ପଶିଥିଲେ । ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ନାବାଳିକା ଜଣକ ଡାକ ପକାଇବାରୁ ପାଖ ପଡୋଶୀଙ୍କ ସାହାଯ୍ୟରେ ନାବାଳିକା ଉଦ୍ଧାର ହୋଇଥିଲେ । ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି ।
Popular Categories



