ଟୁଇନସିଟିରେ ଦୁର୍ଗାପୂଜା ଆଗରୁ ସରିବ ରାସ୍ତା ମରାମତି କାମ… ଯୁଦ୍ଧକାଳୀନ ଭିତ୍ତିରେ ହେବ ନବୀକରଣ କାର୍ଯ୍ୟ… କଟକ ଓ ଭୁବନେଶ୍ବରରେ ଶୋଚନୀୟ ହୋଇପଡ଼ିଥିବା ରାସ୍ତା ମରାମତି ପାଇଁ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର, ୨୦ ତାରିଖ ପୂର୍ବରୁ ସରିବ କାମ…
ଇସ୍କନ ପକ୍ଷରୁ ନୀତି ବିଭ୍ରାଟ କାର୍ଯ୍ୟ ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ… ମାସେ ଭିତରେ ପଦକ୍ଷେପ ନେବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନଙ୍କୁ କୁହାଯାଇଛି… ଯଦି ସେମାନେ ମାସେ ଭିତରେ ପଦକ୍ଷେପ ନେବେନାହିଁ ତାହେଲେ ଦେଖିବା ବୋଲି କହିଲେ ଗଜପତି ମହାରାଜ…ସମାଧାନ ନହେଲେ ଶେଷରେ ଆଇନଗତ ପଦକ୍ଷେପ ନିଆଯିବ…
ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି ବୋଲି କହିଲେ…ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ… ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି…କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଥିବା ସୂଚନା ଦେଲେ…
ଗୁଜରାଟ ପାୱାଗଡ଼ ଶକ୍ତିପୀଠରେ ଅଘଟଣ; ରୋପ୍ୱେ ଛିଣ୍ଡି ୬ ମୃତ…ମାଲବାହୀ ରୋପ୍ୱେ ଛିଣ୍ଡି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି …ଦୁର୍ଘଟଣାରେ ୨ ଲିଫ୍ଟମ୍ୟାନ୍, ୨ ଶ୍ରମିକଙ୍କ ସହ ଅନ୍ୟ ୨ ଜଣଙ୍କ ମୃତ୍ୟୁ…
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ SI…ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍ର SI ପ୍ରସନ୍ନ ମାହାଳି ଧରାପଡ଼ିଛନ୍ତି…ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ…ଅଫିସ୍ ଭିତରେ ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍…
ଏଣିକି FM ରେଡିଓରେ ଶୁଣିବାକୁ ମିଳିବ ଭୁବନେଶ୍ବର ଟ୍ରାଫିକ୍ ସୂଚନା…ଟ୍ରାଫିକ୍ ସ୍ଥିତି ନେଇ ଅପଡେଟ୍ ଦେବ କମିଶନରେଟ୍ ପୋଲିସ…ସମସ୍ତ FM ଚ୍ୟାନେଲ୍ ସହ ଆଲୋଚନା କରିଛି କମିସନରେଟ୍ ପୋଲିସ…ଏଭଳି ପଦକ୍ଷେପ ଦ୍ବାରା ଟ୍ରାଫିକ୍ ପରିଚାଳନା ସୁଦୃଢ ହେବ, ଆଗକୁ ପାର୍ବଣ ଆସୁଥିବାରୁ ଟ୍ରାଫିକ୍ ତଥ୍ୟ ଦେବ FM ରେଡିଓ…
ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ…ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା…ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ…ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ…ପୂଜା ଭସାଣକୁ ଦୃଷ୍ଟିରୁ ରଖି ସୂଚୀ ପରିବର୍ତ୍ତନ ହୋଇଥିବା ସୂଚନା…
ଅଟୋ ଉପରେ ମାଡ଼ିଗଲା କାର୍; ୩ ମୃତ… ସଦର ଥାନା ଖଣ୍ଡହତା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା… ସ୍ବାମୀ, ସ୍ତ୍ରୀ ସମେତ ଅଟୋ ଚାଳକ ମୃତ; ଆଉ ୨ ଗୁରୁତର…
ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ OTET… ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET… ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଥିବାବେଳେ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ… ଆସନ୍ତା ୧୭ରୁ ୱେବ୍ସାଇଟରେ ଉପଲବ୍ଧ ହେବ ଆଡ୍ମିଟ କାର୍ଡ….
ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର…ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା…ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ…



