www.samajalive.in
Saturday, December 6, 2025
16.1 C
Bhubaneswar

ସୁନ୍ଦରଗଡ଼ରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

ସୁନ୍ଦରଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି । ଏଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିନ୍ମୟ କୁମାର ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ।

ଏହି ପଦକ୍ଷେପ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତମାଗଣା ସେବାର ଏକ ପରିସର ପ୍ରଦାନ କରିଥିଲା । ଯେଉଁଥିରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ, ସ୍ୱତନ୍ତ୍ର ପରାମର୍ଶ ଏବଂ ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ଏହାସହିତ, ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘକାଳୀନ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟିସାର ଏବଂ ରୋଗ ନିବାରଣ ଉପରେ ସଚେତନତା ଅଧିବେଶନ କରାଯାଇଥିଲା।

- Advertisement -

କମ୍ପାନୀର ଗୋଷ୍ଠି-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ବେଦାନ୍ତରେ, ଆମେ ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାର ମୌଳିକ ଗୁରୁତ୍ୱକୁ ସ୍ୱୀକାର କରୁ। ଏପରି ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ, ଆମେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଆମ ଗୋଷ୍ଠି କଲ୍ୟାଣ ଉପରେ ଏକ ସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁ। ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇ, ଆମେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛୁ ସେହି ଅଞ୍ଚଳର ଲୋକଙ୍କ ଜୀବନକୁ ଯଥେଷ୍ଟ ଉନ୍ନତ କରିବା ପାଇଁ ଆମେ ଏପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ଜାରି ରଖିବୁ। ସୁନ୍ଦରଗଡ଼ର ହେମଗିର ବ୍ଲକ, ମୁଣ୍ଡେରଖେତ ପଞ୍ଚାୟତର ସରପଞ୍ଚ ସନ୍ୟାସୀ ବାଗ୍ ପ୍ରକାଶ କରିଛନ୍ତି, “ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମ ଅଞ୍ଚଳ ପାଇଁ ଏକ ଚ୍ୟାଲେଞ୍ଜ, ବିଶେଷକରି ବୟସ୍କ ଏବଂ ମହିଳାମାନଙ୍କ ପାଇଁ। ଏହି ମେଗା ସ୍ବାସ୍ଥ୍ୟ ଶିବିରକୁ ଆମ ଅଞ୍ଚଳେର ଆୟୋଜନ କରିଥିବାରୁ ମୁଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ଗୋଷ୍ଠି ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠି ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ସାମାଜିକ-ଆର୍ଥିକ ପ୍ରଗତିରେ ବିଶେଷ ସହାୟକ ହେବ ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories