www.samajalive.in
Friday, December 5, 2025
20.1 C
Bhubaneswar

ମନ୍ଦିରରୁ ଲୁଟ, ଲୁଟତରାଜକୁ ନେଇ ଚିନ୍ତାରେ ପୋଲିସ

ବାସୁଦେବପୁର :  ଦିନକୁ ଦିନ ଲୁଟତରାଜକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଏଟିଏମ ଲୁଟକୁ ପୋଲିସ ପଣ୍ଡ କରିବାରେ ସମର୍ଥ ହୋଇଥିବା ବେଳେ ମନ୍ଦିରରୁ ଲୁଟ ହୋଇଛି । ବାସୁଦେବପୁର ଥାନାର ବିସ୍ତାରିତ କ୍ଷେତ୍ରର ମାନବ ସମ୍ବଳ ଅଭାବି ସାଥୀକୁ ନୂତନ ଫାଣ୍ଡି ନିର୍ମାଣରେ ମନ୍ଥରତା ଲୁଟିଆମାନଙ୍କୁ ବେଶ ସୁହାଉଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ଉତ୍ତରଦିଗରେ ଥିବା ସୁଦର୍ଶନପୁର ପଞ୍ଚାୟତର ସୁଆଁ ଛକରେ ଥିବା ଏଟିଏମକୁ ଡକାୟତ ଦଳ ଲୁଟ କରିବା ପାଇଁ ପହଞ୍ଚିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗ୍ୟାସ କଟରରେ ଏଟିଏମକୁ କାଟିବା ସମୟରେ  ପୋଲିସକୁ ଦେଖି ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ କଳା ରଙ୍ଗର ସ୍କର୍ପିଓରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ଗ୍ୟାଙ୍ଗର ପାଞ୍ଚଜଣକୁ କାବୁ କରି ପୋଲିସ ଘଟଣା ତଦନ୍ତ କରିବା ସହ ଠୋସ ପ୍ରମାଣ ଆଧାରରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ଅପରପକ୍ଷରେ ଥାନାର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ବ୍ରାହ୍ମଣଗାଁର ବୁଢା ମହାଦେବଙ୍କ ମନ୍ଦିର ପରିସରରେ ଥିବା ମଙ୍ଗଳା ମନ୍ଦିରର ଆସବାବପତ୍ର ଚୋରୀ ହୋଇଯାଇଥିବା ନିକଟସ୍ଥ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଥାନା ଅଧିନରେ ଆର୍ତ୍ତୁଂ ପଞ୍ଚାୟତ ଛକ ଓ ପଦ୍ମପୁର ପଞ୍ଚାୟତରେ ପ୍ରସ୍ଥାବିତ ପୋଲିସ ଫାଣ୍ଡି ନିର୍ମାଣରେ ମନ୍ଥରତାକୁ ନେଇ ପୋଲିସ ଚିନ୍ତାରେ ପଡିଛି । ପଦ୍ମପୁର ଫାଣ୍ଡି ପାଇଁ ଜମି ଚିହ୍ନଟ ସରିଥିବା ବେଳେ ଆର୍ତ୍ତୁଂଛକ ଠାରେ ହେବାକୁ ଥିବା ଫାଣ୍ଡି ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଅବଗତ କରାଯାଇଥିବା ସ୍ଥାନୀୟ ବିଧାୟକ ତଥା ବିରୋଧୀ କଂଗ୍ରେସଦଳର ଉପନେତା ଅଶୋକ କୁମାର ଦାସ ଜଣାଇଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories