www.samajalive.in
Friday, December 5, 2025
27.1 C
Bhubaneswar

ଗାନ୍ଧର୍ବ କଳା ମହୋତ୍ସବ ୨୦୨୫ ଉଦଘାଟିତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସୁପ୍ରତିଷ୍ଠିତ ସାଂସ୍କୃତିକ ପ୍ରତିଷ୍ଠାନ ‘ଗାନ୍ଧର୍ବ କଳା ପରିଷଦ’ ପକ୍ଷରୁ ଆୟୋଜିତ ଡ଼. ଦିବାକର ମିଶ୍ର ଗାନ୍ଧର୍ବ କଳା ମହୋତ୍ସବ ୨୦୨୫ର ସ୍ଵର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ୍ ହୋଇଯାଇଛି। ଅନୁଷ୍ଠାନର ସହ ସଂସ୍ଥାପିକା ବାସନ୍ତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିବସୀୟ କଳା ମହୋତ୍ସବକୁ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତଜ୍ଞ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିବା ବେଳେ ପଦ୍ମଶ୍ରୀ କୁ୍ମ୍ କୁମ୍ ମହାନ୍ତି ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଚଳଚ୍ଚିତ୍ର ଗୀତିକାର ଗୌର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶିଳ୍ପୀ ଗୁରୁ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କୁ “ଦୃଶ୍ୟ କଳା” ସାଧନା ପାଇଁ ଡ଼. ଦିବାକର ମିଶ୍ର ଗାନ୍ଧର୍ବ କଳା ଆଜୀବନ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପ୍ରସିଦ୍ଧ କବି ଡ଼. ସୌଭାଗ୍ୟ କୁମାର ମିଶ୍ରଙ୍କୁ “ଶବ୍ଦକଳା” ସାଧନା ପାଇଁ ସମ୍ମାନିତ କରାଯାଇଛି। ତାହା ସହିତ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କୁ “ସଙ୍ଗୀତ କଳା” ସାଧନ ପାଇଁ ସମ୍ମାନିତ ହୋଇଥିବା ବେଳେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କୁ “ସିନେକଳା” ସାଧନା ପାଇଁ ଡ଼.ଦିବାକର ମିଶ୍ର ଗାନ୍ଧର୍ବ କଳା ଆଜୀବନ ସାଧନ ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଛି। ସମ୍ମାନ ପ୍ରଦାନ ଉତ୍ସବ ପରେ ଗାନ୍ଧର୍ବ କଳା ପରିଷଦର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ “ଶିବ ତାଣ୍ଡବ” ବେଶ୍ ମନମୁଗ୍ଧକର ରହିଥିଲା। ‘ଶୃଙ୍ଗାର ପଲ୍ଲବୀ’ ଏବଂ ‘ନୀଳ ନିଧି ହେ’ ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ୍ ମନକୁ ଛୁଇଁ ଥିଲା। ଦ୍ୱେତ ନୃତ୍ୟରେ ସୂର୍ଯ୍ୟ ସ୍ତୁତି, ଏବଂ ସମୂହ ଓଡ଼ିଶୀ ନୃତ୍ୟରେ ନୃତ୍ୟ ନୈବେଦ୍ୟର ଶିଳ୍ପୀ ମାନଙ୍କ ‘ଶଡ଼ଋତୁ’ ଦର୍ଶକ ମାନଙ୍କୁ ବିଭୋର କରିଥିଲା। ଅନ୍ତିମ ଭାଗରେ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ଥିଲା। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର। ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଗାନ୍ଧର୍ବ କଳା ମହୋତ୍ସବର ଅନ୍ତିମ ଦିବସ ଅଟେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories