www.samajalive.in
Friday, December 5, 2025
23.1 C
Bhubaneswar

ଉତ୍କଳମଣିଙ୍କ ୯୭ତମ ଶ୍ରାଦ୍ଧୋତ୍ସବ: କେନ୍ଦୁଝରଗଡ଼ ପୌରପାଳିକା ଓ ସଦର ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗିତା

କେନ୍ଦୁଝର ସଦର :  ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରବିବାର ରାଜ୍ୟବ୍ୟାପୀ ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜେଲରୋଡସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼ଠାରେ ଅନୁଷ୍ଠିତ ଏହି ବକ୍ତୃତା ପ୍ରତିଯୋଗିତାରେ ‘ଗୋପବନ୍ଧୁଙ୍କ ସ୍ବପ୍ନର ଓଡ଼ିଶା ‘ ଶୀର୍ଷକ ପ୍ରତିଯୋଗିତାରେ କେନ୍ଦୁଝରଗଡ଼ ପୌରପାଳିକା ଓ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟର  ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରର ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ଲେଙ୍କା ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟା ରଞ୍ଜିତା ଦାଶ ଦ୍ଵିତୀୟ ଓ ମନୋଜ ମଞ୍ଜରୀ ଶିଶୁ ଭବନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରମୋଦ କୁମାର ନାଏକ ତୃତୀୟ ସ୍ଥାନ ହାସଲ କରିବା ସହ ଅତିଥିଙ୍କଠାରୁ ମାନପ‌ତ୍ର ଓ ଅର୍ଥରାଶି ପୁରସ୍କାର ଭାବେ ଗ୍ରହଣ କରିଥିଲେ ।

ଧରଣୀଧର ବିଶ୍ଵବିଦ୍ୟାଳୟ କେନ୍ଦୁଝରର ଓଡିଆ ଭାଷା ସାହିତ୍ୟ ବିଭାଗ ସହକାରୀ ପ୍ରାଧ୍ୟାପିକା ଡ ଶୁଭସ୍ମିତା ଦାଶ ଏବଂ  ସନ୍ତୋଷୀ ମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ସ୍ମୃତି ବାନାର୍ଜୀ ଓ ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଦିଲୀପ କୁମାର ମହାନ୍ତ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିବା ସହ ବକ୍ତୃତାର ଶୀର୍ଷକ ସମ୍ପର୍କରେ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଅଭିବ୍ୟକ୍ତି ବାଢ଼ିଥିଲେ। ‘ସମାଜ’  ଜିଲା ପ୍ରତିନିଧି ବିଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ଗୋନାସିକା ଏଜୁକେସନାଲ ଟ୍ରଷ୍ଟର ଚେୟାରମ୍ୟାନ ରାଜଶ୍ରୀ ଖାଟୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ପ୍ରତିଯୋଗୀଙ୍କୁ ଗୋପବନ୍ଧୁଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେବା ସହ ପରିବେଶକୁ କିଭଳି ସ୍ବଚ୍ଛ ଓ ସୁନ୍ଦର ରଖାଯାଇପାରିବ ସେ ସମ୍ପର୍କରେ ମାଗଦର୍ଶନ କରିଥିଲେ। ପ୍ରାରମ୍ଭରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

- Advertisement -

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼ର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ, ଆଚାର୍ଯ୍ୟ ସରୋଜ କୁମାର ଦାସ,ସୁବାଷ ପ୍ରଧାନ, ମନୋରଞ୍ଜନ ପରିଡା, ଅମୂଲ୍ୟ ରାଉତ , ବଣିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ ଓ ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ଶାନ୍ତନୁ ମହାପାତ୍ର  ପ୍ରମୁଖ ପଞ୍ଜିକରଣ ଓ ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପବିତ୍ର ବେହେରା, ବ୍ରଜ କିଶୋର ରାୟ ଓ ତାରିଣୀ ଶଙ୍କର ବେହେରା ସକ୍ରିୟ ସହଯୋଗ କରିଥିବା ବେଳେ ଶେଷରେ କେନ୍ଦୁଝର ଜିଲା ପ୍ରତିନିଧି ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories