ବାସୁଦେବପୁର : ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦରୀ ରାଧନାଥପୁର ଗାଁରେ କାନ୍ଥ ତଳେ ଚାପିହୋଇ ଚାଲିଗଲା ମହିଳାଙ୍କ ଜୀବନ। ମୃତକଙ୍କ ନାମ ଵିଷ୍ଣୁପ୍ରିୟା ମହାନ୍ତି। ଅମର ମହାନ୍ତିଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ମଙ୍ଗଳବାର ମଧ୍ୟାହ୍ନରେ ଖାଇସାରି ଦାଣ୍ଡରେ ହାତ ଧୋଉଥିବା ବେଳେ ଘର ଆଗରେ ଥିବା କାନ୍ଥ ପଡିଯାଇଥିଲା । ଚିତ୍କାର ଶୁଣି ପରିବାର ସହ ପାଖ ପଡ଼ୋଶୀ ବିଷ୍ଣୁପ୍ରିୟାକୁ ଉଦ୍ଧାରକରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ତହସିଲଦାର , ପୌରନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପୂର୍ବକ ପରିବାରକୁ ସମବେଦନା ଜଣାଇଥିଲେ। ଲଘୁଚାପ ବର୍ଷା ପାଇଁ ଦୁର୍ବଳ କାନ୍ଥ ପଡିଯିବାରୁ ବିଷ୍ଣୁପ୍ରିୟାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।
Popular Categories



