www.samajalive.in
Saturday, December 13, 2025
23.1 C
Bhubaneswar

ଆରଡି ଅଞ୍ଚଳର ୧୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ଆରଡି : ଗତ ୩ଦିନ ହେବ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାପାଣି ବୃଦ୍ଧି ପାଇବା ପରେ ଗତ ସୋମଵାର ଠାରୁ କ୍ରମଶଃ କମିବାରେ ଲାଗିଛି।  ହେଲେ ବୈତରଣୀ  ତଳମୁଣ୍ଡରେ ବିପନ୍ନଙ୍କ ପାଇଁ ଦୁଃଖ  ପାଲଟିଛି। ଆଜି ମଧ୍ଯ  ଅପରିବର୍ତ୍ତିତ ରହିଛି ବନ୍ୟା ପରିସ୍ଥିତି । ଫଳରେ ୩ଦିନ ହେବ ଚାନ୍ଦବାଲି ବ୍ଲକର ଉପୁଜିଥିବା  ବନ୍ୟାରେ ବିପନ୍ନଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଛି। ଗାଁ  ଦାଣ୍ଡ ଓ ଘରେ ବନ୍ୟାପାଣି ପଶିଥିଵାରୁ ବିପନ୍ନମାନେ କୋଠାଘର ଛାତ ଓ ବୈତରଣୀ ସେତୁ ଓ ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି  ଅପରିର୍ବିତ ରହିବା ଫଳରେ ବୋଡକ ନିକଟରେ ୩ଦିନ ହେବ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଦେଢକିମି ଯାଏଁ ୨/୩ଫୁଟ ଉଚ୍ଚରେ ବନ୍ଯାପାଣି ପ୍ରବାହିତ ହେଉଛି । ୨ଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ୧୪ଟି ଗାଁ  ବନ୍ୟା ଘେରରେ ରହିଛି।

ସେହିପରି ଦୋହରା ପାଟଣା ଓ ବୋଡକ ତଳିଆ ଅଞ୍ଚଳରେ ଵନ୍ଯାପାଣି ପଶିବାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି। ୪ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ  ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ନଦୀଵନ୍ଧରେ ଆଶ୍ରୟ ନେଇଛନ୍ତି। ଏପରିକି ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିଵାରୁ ସ୍ଥାନୀୟ ନଦୀକୂଳିଆ ଲୋକ ପାଳିକରି ଜଗି ରହୁଛନ୍ତି। ତାହା ସହ ମୁଆ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନଫଙ୍କି, ପାଲଟପୁର, ବାଙ୍କମୁଆ ଆଦି ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ସେହିପରି ବନ୍ୟାପାଣି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମ୍ମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ପ୍ରବେଶ କରିବାରୁ ମୁଖ୍ୟ ଜଳଘାଟ ବୁଡି ଯିବାରୁ ଘାଟ ସମ୍ମୁଖରେ ଥିବା ଵୃଷବ ଅଧିକାଂଶ ଭାଗ ବୁଡିଯାଇଛି। ଅନ୍ୟପଟେ ଆରଡି ପୀଠରୁ ତିହିଡି ଓ ଚାନ୍ଦବାଲି ରାସ୍ତାରେ ମୁଆଘୋଷରା ସତସଙ୍ଗ ଘୋଷରାରେ  ୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହେଵା ଫଳରେ ବିଚ୍ଛିନ୍ନାଞ୍ଚଳର ଲୋକମାନେ ଅତ୍ଯାବଶ୍ୟକୀୟ ସାମଗ୍ରୀ ପାଇଁ ଦେଶୀଡଙ୍ଗା ଓ ଟ୍ରାକ୍ଟର ସାହାଯ୍ଯରେ ବିପଦପୂର୍ଣ୍ଣ ଭାବେ ଆସୁଥିଵାର ଦେଖିବାକୁ ମିଳିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories