www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ମାଲକାନଗିରି : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ମାଲକାନଗିରି ଜିଲ୍ଲା ଶାଖା ତରଫରୁ ଏକ ସ୍ମାରକପତ୍ର ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘର ସଭାପତି ଅଲେଖ ଚନ୍ଦ୍ର ମହାପାତ୍ର ସଂପାଦକ ମନୋଜ କୁମାର ମହାପାତ୍ର, ଉପ ସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଇସି ମେମ୍ବର ଅଜୟ ସ୍ଵାଇଁ ଦୀନବଂଧୁ ବେଜ, ସୂର୍ଯ୍ୟନାରାୟଣ ନାୟକ, ଜଗବନ୍ଧୁ ମିଶ୍ର, ଗୋଦାବରୀଶ ଦାସ, ଜିତୁରଂଜନ ସ୍ୱାଇଁ, ହେମନ୍ତ କୁମାର ସାହୁ, ତପନ କୁମାର ପାତ୍ର, ପ୍ରଶାନ୍ତ ପ୍ରଧାନ, ଅନୁପ କୁମାର ଆଚାରୀ, ରଂଜିତ କୁମାର ମଣ୍ଡଳ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାର ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବ୍ଳକଗ୍ରାଣ୍ଟ ଉଚ୍ଛେଦ୍ଦ, ୧୯୪ ବିଦ୍ୟାଳୟକୁ ଅନୁଦାନ, ପେନସନ ପ୍ରଦାନ ସହ ଚାକିରି ସର୍ତ୍ତାବଳୀ ଲାଗୁ ପରି ଦାବି ସାମିଲ ଥିବା ଜଣା ପଡିଛି । ଏଥିରେ ଜିଲ୍ଲାର ସବୁ ବର୍ଗର ବ୍ଲକଗ୍ରାଣ୍ଟ ଶିକ୍ଷକ କର୍ମଚାରୀ ସାମିଲ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories