www.samajalive.in
Sunday, December 14, 2025
14.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା: ପଦ୍ମପୁରରେ ସ୍ୱୟଂପ୍ରଭା, କାମାକ୍ଷାନଗରରେ ଆଦ୍ୟାଶା ପ୍ରଥମ

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲାର ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ସରସ୍ୱତୀ ଶିଶୁ ମନ୍ଦିରଠାରେ ‘ସମାଜ’ ପକ୍ଷରୁ ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ‘ଗୋପବନ୍ଧୁଙ୍କ ସ୍ଵପ୍ନର ଓଡ଼ିଶା’ ବିଷୟବସ୍ତୁ ଉପରେ ବକ୍ତୃତା ପ୍ରଦାନ କରିଥିଲେ। ପଦ୍ମପୁରର ଛାତ୍ରୀ ସ୍ୱୟଂପ୍ରଭା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ମୋନାଲିସା ମହାପାତ୍ର ଦ୍ଵିତୀୟ, ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବିଜ଼ୟଲଷ୍ମୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି , ମାନପତ୍ର ସହ ପ୍ରଥମ ସ୍ଥାନକୁ ୭୫୦, ଦ୍ୱିତୀୟ ସ୍ଥାନକୁ ୫୦୦ଓ ତୃତୀୟ ସ୍ଥାନ କୁ ୨୫୦  ଟଙ୍କା ନଗଦ ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।

ସେହିଭଳି କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀ ଛାତ୍ରୀ ଶ୍ରୀୟାଂଶୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ଦଶମ ଶ୍ରେଣୀର ଛାତ୍ରୀ ସାଇନା ପଟ୍ଟନାୟକ ଦ୍ବିତୀୟ ସ୍ଥାନ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀର ଛାତ୍ର ଚିନ୍ମୟ ପଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଚାରକ ଭାବେ ହରଗୈରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁବୋଧ କୁମାର ଶତପଥୀ ଓ କୈ।ଶିକ ବାବା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଲିପ୍ସାମୟୀ ଦୁବେ ଦାୟିତ୍ଵ ତୁଲାଇଥିଲେ।

- Advertisement -

କାମାକ୍ଷାନଗରରେ ସ୍ଥାନୀୟ ସାରଙ୍ଗ ଧର ଉଚ୍ଚ ବିଦ୍ୟାଳୟ ପରିସରରେ ଓଜସ୍ୱିନୀ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଉତ୍କଳମଣିଙ୍କ ସ୍ବପ୍ନର ଓଡିଶାରେ କୋଶଳ ରାଜ୍ୟ ପରିବର୍ତ୍ତେ ସେହି ଜିଲ୍ଲା ମାନଙ୍କରେ ଉନୟନ ମୂଳକ କାର୍ଯ୍ୟ କରି ତାଙ୍କର ଓଡିଶାକୁ ଅଖଣ୍ଡ ରଖିବା ଉପରେ ବକ୍ତବ୍ୟ ପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅନନ୍ୟ ପରିଡା ଦ୍ୱିତୀୟ ସ୍ଥାନ ଏବଂ ପଞ୍ଚାୟତ ରାଜ ଉଚ ଇଦ୍ୟାଳୟର ଛାତ୍ର ଓମ୍ ପ୍ରକାଶ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories