ଫୁଲବାଣୀ: ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ସଙ୍ଗମ ଏବଂ ହରିତ୍ ଯୋଗ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଏନ୍ ସି ସି, ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେବା ଯୋଜନାର ସହଯୋଗରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଆର୍ଟ ଅଫ୍ ଲିଭିଂର ଯୋଗ ଶିକ୍ଷକ ଅବନୀ କୁମାର କହଁର ଆୟୁଷ ମନ୍ତ୍ରାଳୟଙ୍କ ଯୋଗ ବିଧି ଅନୁଯାୟୀ ଯୋଗ ଅଧିବେଶନ ପରିଚାଳନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ଯୋଡ଼ିବାକୁ ଶପଥ ଗ୍ରହଣ କରିଥିଲେ।



