www.samajalive.in
Saturday, December 6, 2025
26.1 C
Bhubaneswar

‘ବିଦ୍ୟାକନକ ସୃଜନାନୁଷ୍ଠାନ’ ଓ ‘ସମାଜ’ର ମିଳିତ ସହଯୋଗରେ ବିଶେଷ ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମ

ଭୁବନେଶ୍ବର : ବିଦ୍ୟାକନକ ସୃଜନାନୁଷ୍ଠାନ ଓ ‘ସମାଜ’ର  ମିଳିତ ସହଯୋଗରେ ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସନ୍ଧ୍ୟାରେ ‘ମୋ ବାପା ମୋ ମା’ ଶୀର୍ଷକ ଆଧାରରେ  ବାପା ,ମାଙ୍କ ସ୍ମୃତି ଉଚ୍ଚାରଣ କରିବା ଓ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚେଷ୍ଟା କରାଯାଇଥିଲା ।

ଆଜିର ଏହି ସନ୍ଧ୍ୟାରେ ଦୈନିକ ଖବରକାଗଜ  ‘ସମାଜ’ ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା,  ଡ଼.ଚନ୍ଦ୍ରଶେଖର ହୋତା, ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼.ଅଲେଖ ଚନ୍ଦ୍ର ପଢିହାରି, ପ୍ରସନ୍ନ କୁମାର ମିଶ୍ର , ଇଂ ସୁଧାକର ପତ୍ରୀ, ଶୁଭକାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିଜର ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶେଖର ଘୋଷଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତ୍ୟକ ବର୍ଷ ଜୁଲାଇ ୪ ତାରିଖରେ ବାପା,ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ଶୁଭକାନ୍ତ ପାଢୀ ଆୟୋଜନ କରି ଆସୁଛନ୍ତି। କଣ୍ଠଶିଳ୍ପୀ ଡ଼.ବିଜୟ କୁମାର ଜେନା,  ଅନିନ୍ଦିତା ଦାସ, ଅଭିଜିତ ମିଶ୍ର, ବିଷ୍ଣୁମୋହନ କବି, ସାବନା ପାଢ଼ୀ, ସାଗର ବାଳା ରାଉତ, କ୍ଷଣ ପ୍ରଭା ଦାସ,  ଶାନ୍ତନୁ ମହାନ୍ତି ପ୍ରମୁଖଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories