କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆଠାରେ ବ୍ଲକ ସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ କଦମଦ୍ୱାର ସାହି ଦଳ ବିଜୟୀ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଯୁବ ସଂଘଠକ ଗଙ୍ଗାରାଓ ପ୍ରାସ୍କା, ମନ୍ କି ବାତ୍ କାର୍ଯ୍ୟକ୍ରମର କଲ୍ୟାଣସିଂହପୁର ମଣ୍ଡଳ ସଂଯୋଜକ ନକୁଳ ବେନିଆ, କାମେଶ୍ୱର କରକରିଆ ,ଅଡ଼ାବାଡ଼ି ଗ୍ରାମର ଯୁବ ନେତା ସୁରେନ୍ଦ୍ର କୌଶଲ୍ୟା, ଗ୍ରାମର ଭଦ୍ର ବ୍ୟକ୍ତି କାଲିଆ ବେନିଆ ଓ ମିନା ମହାନନ୍ଦିଆ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ରନର ଟିମଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଅନ୍ତିମ ଦିନର ଖେଳ ଅଡ଼ାବାଡ଼ି ଓ କଦମ୍ ଦ୍ବାର ସାହି ଦଳ ମଧ୍ୟରେ ଖେଳ ହୋଇଥିଲା। ଏଥିରେ କଦମ୍ ଦ୍ବାର ସାହି ଦଳ ଟଚ ବିଜୟୀ ହୋଇ ଅଡାବାଡିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଅଡାବାଡ଼ି ଦଳ ୧୨ ଓଭର ଖେଳି ୬୪ରନ କରିପାରିଥିଲା। କଦମଦ୍ୱାର ସାହି ଦଳ ସେହି ୧୨ ଓଭରରେ ୬୫ ରନ କରି ବିଜୟୀ ହୋଇଛନ୍ତି। ଅତିଥିଙ୍କ ଦ୍ୱାରା ବିଜୟୀ ଦଳକୁ ଟ୍ରଫି ସହ ୯ହଜାର ଟଙ୍କା ଓ ଉପବିଜେତାକୁ ଅଡାବାଡି ଦଳକୁ ଟ୍ରଫି ସହ ୬ହଜାର ଟଙ୍କା ପୁରସ୍କୃତ ଦେଇଥିବା ବେଳେ ଭଲ ଖେଳାଳି ଭାବେ ଜଗଦୀଶ କୌଶଲ୍ୟାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି। ପବନ କୌଶଲ୍ୟା ଓ ନବୀନ କୌଶଲ୍ୟା ପରିଚାଳନା କରିଥିବାବେଳେ ଗ୍ରାମର ସମସ୍ତ ଯୁବ ଗୋଷ୍ଠୀ ଆୟୋଜକମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଖେଳ ପ୍ରେମୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
Popular Categories



