www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ୧୦ ଲକ୍ଷ ପାର୍‌ ହେଲା କରୋନା ଟେଷ୍ଟ, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ନମୁନା ପରୀକ୍ଷାରେ ଆଗରେ ରହିଛି ଓଡିଶା । କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଲାଗି ଦିନକୁ ଦିନ ଓଡିଶାରେ ନମୂନା ପରୀକ୍ଷଣକୁ ଜୋର ଦିଆଯାଉଛି। ପାଖାପାଖି ଗତ ୩ ଦିନ ମଧ୍ୟରେ ଦେଢଳକ୍ଷ ନମୂନା ପରୀକ୍ଷଣ କରାଯାଇଛି। ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ଅଗଷ୍ଟ ୧୪ରେ ୪୭ ହଜାରରୁ ଅଧିକ, ଅଗଷ୍ଟ ୧୫ରେ ୫୨ ହଜାରରୁ ଅଧିକ ,୧୬ ତାରିଖରେ ୫୩ରୁ ଅଧିକ ଏବଂ ୧୭ ତାରିଖରେ ରାଜ୍ୟରେ ୫୦,୫୨୫ଟି ନମୂନା ପରୀକ୍ଷଣ କରାଯାଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି।


ଏହାରି ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ଟପିଛି କରୋନା ନମୂନା ପରୀକ୍ଷଣ।  ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗଷ୍ଟ ୧୬ରେ ପ୍ରତି ଦଶ ଲକ୍ଷରେ ଜାତୀୟ ନମୂନା ପରୀକ୍ଷଣ ୫୪୨ ରହିଥିବା ବେଳେ ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକରେ ୧୦୯୬ ପରୀକ୍ଷା କରାଯାଇଥିଲା। ସେହିପରି ସୋମବାର ଏ ସଂଖ୍ୟା ୧୧୪୩ ରହିଥିଲା, ଯାହା ଦେଶର ପ୍ରଥମ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ପରୀକ୍ଷା କରାଯାଉଛି । ଜୀବନ ବଞ୍ଚାଇବା ପାଇଁ ଏହି ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

- Advertisement -


ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟ ଏତେ ନମୂନା ପରୀକ୍ଷା କରି ନାହାନ୍ତି ଗତ ଦୁଇ ଦିନରେ। ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ର, ତାମିଲନାଡ଼ୁ କି କର୍ଣ୍ଣାଟକ ବି ଏତେ ପରିମାଣ ଟେଷ୍ଟ ଦୁଇ ଦିନ ମଧ୍ୟରେ କରିପାରି ନାହାନ୍ତି। ଓଡ଼ିଶା ପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟ । ଦୁଇ ନମ୍ବରରେ ଥିବା ଆନ୍ଧ୍ରପ୍ରଦେଶ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୨୮୦ କମ୍‌ ନମୁନା ରବିବାର ପରୀକ୍ଷା କରିଛି। ମୋଟ ଦୈନିକ ନମୁନା ପରୀକ୍ଷାରେ ବି ଓଡ଼ିଶା ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ତୁଳନାରେ ଢେର୍‌ ଅଧିକ ପରୀକ୍ଷା କରିଛି । ରବିବାର ଉତ୍ତରପ୍ରଦେଶ, ତାମିଲନାଡ଼ୁ ଓ ବିହାର ପରେ ଓଡ଼ିଶାରେ ସବୁଠାରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା । ସୋମବାର ବି ଓଡ଼ିଶାଠୁ କେବଳ ବିହାର, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁ ଅଧିକ ନମୁନା ପରୀକ୍ଷା କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories