ସୁନ୍ଦରଗଡ଼: ଅପରାଧିକ ମାମଲାକୁ ରଫାଦଫା କରିବା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଭଷ୍ମା ଥାନାର ପୂର୍ବତନ ଅଧିକାରୀଙ୍କୁ ଜେଲ ଓ ତଣ୍ଡ ହୋଇଥିବାର ଜଣାପଡ଼ିଛି। ଆଜି ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ଭଷ୍ମା ଥାନାର ତତ୍କାଳୀନ ଅଧିକାରୀ ସୁଜିତ କୁମାର ସାହୁ ସୁନ୍ଦରଗଡ଼ ଟାଉନ ଅଞ୍ଚଳରେ ବସବାସ କରୁଥିବା ତ୍ରିବିକ୍ରମ ବକ୍ସିଙ୍କ ପୁଅ ଏକ ମାମଲାରେ ଛନ୍ଦି ହୋଇପଡ଼ିଥିଲେ। ଏହାକୁ ରଫାଦଫା କରିବା ପାଇଁ ଥାନା ଅଧିକାରୀ କୁଆଡ଼େ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତି ସମୟରେ ୧୫ ହଜାର ଟଙ୍କାରେ କଥା ପକ୍କା ଥିବା ବେଳେ ଏ ସଂପର୍କରେ ବକ୍ସି ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିବାରୁ ସ୍ଥିରିକୃତ ହୋଇଥିବା ତାରିଖ ୧୮.୭.୨୦୦୭ ଦିନ ଉକ୍ତ ଟଙ୍କାକୁ ନେଇ ବକ୍ସି ଥାନା ଅଧିକାରୀଙ୍କ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ତାଙ୍କ ବିରୋଧରେ ଅଭିଯୋଗପତ୍ର ଅଦାଲତରେ ଦାଖଲ କରାଯାଇଥିଲା।
ଭିଜିଲାନ୍ସ ଜଜ୍ ଆଜି ଏହି ଲାଞ୍ଚ ଘଟଣାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରି ତଣ୍ଡ ଅନାଦେୟ ଅଧିକ ୩ମାସ ଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ଅଭିଯୋଗକାରୀ ଶ୍ରୀ ବକ୍ସି ମଧ୍ୟ ଅଦାଲତରେ ଲାଞ୍ଚ ଦେବା ଘଟଣାକୁ ଅସ୍ବୀକାର କରିଥିଲେ ମଧ୍ୟ ଭିଜିଲାନ୍ସ ପିପି ଶ୍ୟାମ ସୁନ୍ଦର ମିଶ୍ରଙ୍କ ଯୁକ୍ତି ଓ ବିଭିନ୍ନ ଅଦାଲତ ଦେଇଥିବା ରାୟର ନଜରିକୁ ଉପସ୍ଥାପନା କରିଥିଲେ।



