www.samajalive.in
Thursday, December 11, 2025
15.1 C
Bhubaneswar

ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବୌଦ୍ଧ: କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଭଳି ସଫଳ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ଦେଶର ଅନେକ ସମସ୍ୟା ସଂପର୍କରେ ସେ ଅଭିଜ୍ଞତା ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ସହିତ ଦେଶର ସାଧାରଣରୁ ସାଧାରଣ ଜନତା ଯୋଡି ହୋଇଚାଲିଥିବାବେଳେ ଦଳର ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଷଡଯନ୍ତ୍ର କରି ଅଗଣତାନ୍ତ୍ରିକ ଉପାୟରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରିଥିବା ନେଇ ଜିଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦେବାଶିଷ ହୋଟେଲ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ବରିଷ୍ଠ ଆଇନଜିବୀ ନିଶିକାନ୍ତ ମିଶ୍ର ଯୋଗଦେଇ ବିଜେପି ପକ୍ଷରୁ ଅଗଣତାନ୍ତ୍ରିକ ଉପାୟରେ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିବାରୁ ଏହାର ଘୋର ନିନ୍ଦା କରିବା ସହିତ ବର୍ତମାନ ଦେଶର ଗଣତନ୍ତ୍ର ଅସୁରକ୍ଷିତ ବୋଲି ପ୍ରକାଶ କରିଥିଲେ। ମାନ୍ୟବର ଅଦାଲତ ରାହୁଳଙ୍କୁ ତଳ କୋର୍ଟର ନିଷ୍ପତି ଉପରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ଏକମାସ ସମୟ ସହ ଜାମିନ ପ୍ରଦାନ କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଯେଉଁଭଳି ଭାବରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଗଲା ଏବଂ ତୁରନ୍ତ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ପ୍ରଦାନ କରାଗଲା ଏହା ଗଣତନ୍ତ୍ର ଶାସନରେ ବିରଳ। ଲୋକସଭାରେ ରାହୁଳ ଗାନ୍ଧୀଙ୍କ ଦୁଇଟି ପ୍ରଶ୍ନ, ଆଦାନୀଙ୍କ କମ୍ପାନୀରେ ବିନିଯୋଗ ହୋଇଥିବା ୨୩ ହଜାର କୋଟି ଟଙ୍କା କାହାର ଏବଂ ନରେନ୍ଦ୍ର ମୋଦୀଙ୍କ ସହିତ ଆଦାନୀଙ୍କ ସମ୍ପର୍କ କଣ ? ଏହାର ଉତ୍ତର ରଖିବାରେ ପ୍ରଧାନମନ୍ତ୍ରୀ ମୋଦୀ ବିଫଳ ହେବାପରେ ରାହୁଳଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କରି ସଦସ୍ୟତା ରଦ୍ଦ କରାଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ରାହୁଳଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଜେପି ବିରୋଧରେ ଦେଶର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଥିବାବେଳେ ରାଜ୍ୟରେ ଶାସନ କରୁଥିବା ବିଜେଡିର ନିରବତାକୁ ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ଟାର୍ଗେଟ କରାଯାଇଛି। ରାଜ୍ୟରେ ବିଜେପି ବିରୋଧୀ ଦଳ ଭୂମିକାରେ ରହିଥିବାବେଳେ ଅଶ୍ୱନୀ ବୈଷ୍ଣବ ଶାସକ ଦଳର ସମର୍ଥନ ପାଇ ରାଜ୍ୟସଭାକୁ ନିର୍ବାଚିତ ହେବା ବିଜେଡି ବିଜେପି କୋଳାକୋଳି ସଂପର୍କକୁ ପଦାରେ ପକାଇସାରିଛି। ରାହୁଳ ଗାନ୍ଧୀଙ୍କ ପ୍ରସଙ୍ଗରେ କେନ୍ଦ୍ରରେ ବିଜେପି ର ସ୍ୱେଛାଚାରୀତା ଏବଂ ରାଜ୍ୟରେ ବିଜେଡିର ନିରବତା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଜିଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର. ଜିଲା ମୁଖ୍ୟପ୍ରବକ୍ତା ଶାନ୍ତନୁ ମହାପାତ୍ର,ଗଣେଶ ପ୍ରସାଦ ଅଗ୍ରୱାଲା ଓ ଜିଲା ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories