www.samajalive.in
Saturday, December 13, 2025
26.1 C
Bhubaneswar

ପୋଲ ଉଡ଼ାଇଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତରେ ପୁଣି ମାତିଲେ ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ପୋଲ ଉଡାଇଲେ ମାଓବାଦୀ। ଏଭଳି ହିଂସା ଘଟାଇ ପୁଣି ଥରେ ନିଜର ସ୍ଥିତି ଜାହିର କରିଛି ଲାଲବାହିନୀ। ଏଭଳି ଘଟଣା ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି। ବିଜାପୁର ଜିଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ କିକଲେର ଗ୍ରାମକୁ ସଂଯୋଗ କରୁଥିବା ୧୦ରୁ ଅଧିକ ସଶସ୍ତ୍ରମାଓବାଦୀ ଆଜି ପୋଲକୁ ଲ୍ୟାଣ୍ଡମାଇନ ଖଞ୍ଜି ଉଡାଇ ଦେଇଛନ୍ତି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳକୁ ସିଆର୍‌ପିଏଫ ବାହିନୀର ଯବାନଙ୍କୁ ପଠାଯାଇଥିବା ବିଜାପୁର ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories