www.samajalive.in
Saturday, December 13, 2025
21.1 C
Bhubaneswar

ଚଳନ୍ତା ରେଳରୁ ଠେଲି ଦେଲେ ସହଯାତ୍ରୀ

ନନ୍ଦପୁର: ଟ୍ରେନ୍‌ରେ ସହଯାତ୍ରୀଙ୍କ ସହ ସାମାନ୍ୟ ବଚସା ଯୁବକଙ୍କୁ ମହଙ୍ଗା ପଡ଼ିଛି । ଜଗଦଲପୁର ଅଞ୍ଚଳର ଯୁବକ ଜାଭେଦ ମହମ୍ମଦଙ୍କୁ କିରାଣ୍ଡୁଲ-ବିଶାଖାପାଟଣା ଯାଉଥିବା ପାସେଞ୍ଜର ଚଳନ୍ତା ଟ୍ରେନ୍‌ରୁ କିଛି ସହଯାତ୍ରୀ ଧକ୍କା ଦେବା ଫଳରେ ତାଙ୍କର ଡାହାଣ ଗୋଡ଼ ପାଦ ଟ୍ରେନ ଚକ ତଳେ କଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ ଯୁବକ ଜାଭେଦ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏଭଳି ଅଘଟଣ ଘଟିଛି । ଘଟଣାର ୧୪ ଘଣ୍ଟାପରେ ରେଳ ଧାରଣାରୁ ୩୦୦ ମିଟର ଦୂର ଆସି ରାସ୍ତା କଡ଼ ଡ୍ରେନ୍‌ରେ ପଡ଼ିଥିଲେ ଉକ୍ତ ଯୁବକ । ରାତି ତମାମ ସେଠାରେ କାଟିଥିବା ଜାଭେଦଙ୍କୁ ଶୁକ୍ରବାର ସକାଳୁ ଉଦ୍ଧାର କରାଯାଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକଙ୍କ ସୂଚନା ଆଧାରରେ ତାଙ୍କ ପରିଜନଙ୍କୁ ଖୋଜି ସାଙ୍ଗରେ ଆଣିବା ୧୦୮ କର୍ମଚାରୀଙ୍କୁ ପ୍ରଶଂସା ମିଳିଛି । ସୂଚନା ମୁତାବକ ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସହ ରମଜାନ ପାଳନରେ ସାମିଲ ହୋଇ ଖଇରାତ ମାଗିବାକୁ ଆସିବା ସମୟରେ ଏଭଳି ଅଘଟଣ ହୋଇଥିବା କହିଛନ୍ତି । ଟ୍ରେନରେ ଥିବା କିଛି ସହଯାତ୍ରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ସେ ପାଡୁଆ ଷ୍ଟେସନ ରେ ଓହ୍ଲାଇବାକୁ ଗେଟ୍‌ ନିକଟରେ ଆସି ବସିଥିବା ବେଳେ ତାଙ୍କୁ ଚଳନ୍ତା ଟ୍ରେନରୁ କେହି ପଛପଟୁ ଠେଲି ଦେଇଥିବା କହିଛନ୍ତି। ଫଳତଃ ଟ୍ରେନ ଚକ ତଳେ ଆସି ଜାଭେଦଙ୍କ ବାମ ଗୋଡ଼ର ପାଦ ସମ୍ପୂର୍ଣ୍ଣ କଟି ଯାଇଛି । ସାଧରଣତଃ ମୁସଲିମ ସମ୍ପ୍ରଦାୟ ଲୋକେ ରମଜାନ ମାସ ପାଳନର ବିଧି ମୁତାବକ ଦୁଃଖିରଙ୍କିଙ୍କୁ ଖଇରାତ ବା ସହାୟତା ବାଣ୍ଟିବା ପ୍ରଥା ରହିଛି । ପ୍ରତିବର୍ଷ ଭଳି ସେଇ ଖଇରାତ ଆଶାରେ ଜଗଦଲପୁର ଠାରୁ ଟ୍ରେନ ଯୋଗେ ଥୁବା ଗ୍ରାମକୁ ଆସୁଥିଲେ । ଦୁଇଦିନ ଆଗରୁ ଭାଇ ଉମା ସିଦିକ ଓ ମାଉସୀ ରାବିଆ ଖାନ ଆସିଥିଲେ । ସେ ଗୁରୁବାର ସନ୍ଧ୍ୟାରେ ଟ୍ରେନ୍‌ ଯୋଗେ ଥୁବା ଆସୁଥିଲେ । ଆଗକୁ ଥିବା ପାଡୁଆ ଷ୍ଟେସନରେ ଓହ୍ଲେଇ ଥାଆନ୍ତେ । ଟ୍ରେନ୍‌ ବଗିରେ ଥିବା କିଛି ଲୋକଙ୍କ ସହ ତାଙ୍କର କୌଣସି କାରଣରୁ ଯୁକ୍ତି ତର୍କ ହୋଇଥିଲା । ଯେତେବେଳେ ସେ ପାଡୁଆ ଷ୍ଟେସନର ୨ କିମି ପୂର୍ବରୁ ଗେଟ ପାଖକୁ ଆସି ବସିଥିବାବେଳେ ତାଙ୍କୁ ପଛରୁ କେହି ଠେଲି ଦେବାରେ ସେ ଚଳନ୍ତା ଟ୍ରେନରୁ ତଳେ ପଡି ଗୁରୁତର ହେଲେ ବୋଲି ଜାଭେଦ କହିଛନ୍ତି । ସକାଳୁ ରାସ୍ତାରେ ଯାଉଥିବା ପଥଚାରୀ ତାଙ୍କୁ ମୂର୍ମୂର୍ଷ ଅବସ୍ଥାରେ ଦେଖି ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଚାଳକ କିରଣ ଓ ସହାୟକ ଗୁପ୍ତ ପହଞ୍ଚି ଜାଭେଦଙ୍କଠୁ ନମ୍ବର ନେଇ ମାଉସୀ ଓ ଭାଇଙ୍କୁ ଯୋଗାଯୋଗ କରିଥିଲେ । ଖବର ଶୁଣି ଥୁବା ମୁସଲିମ ସମ୍ପ୍ରଦାୟ ତରଫରୁ ଜାଭେଦଙ୍କ ମାଉସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜାଭେଦ ଜଣେ ଅନାଥ ପିଲା ବୋଲି ତାଙ୍କ ମାଉସୀ ରୁବିନା କହିଛନ୍ତି । ଜିଆରପି ପୁଲିସ ଓଆଇସି ବିନୟ କୁମାର ଭୋଇଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀ ଭୋଇ ତଦନ୍ତ କରିବେ ବୋଲି କହିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories