କଲମପୁର: କଲମପୁର ଥାନା ଅନ୍ତର୍ଗତ ସୁନ୍ଦରୀଜୋର ଗ୍ରାମ ଠାରେ ଜଣେ ଶିଶୁ ଗରମ ତାୱାରେ ପଡ଼ି ଗୁରୁତର ହୋଇଛି। ସୂଚନା ଅନୁସାରେ ସୁନ୍ଦରୀଜୋର ଗ୍ରାମର ଲଳିତ ହେରନାଙ୍କ ବର୍ଷକର ଶିଶୁ ଟଙ୍କଧର ଘରେ ଖେଳୁଥିଲା। ଏହି ସମୟରେ ଲଳିତଙ୍କ ପତ୍ନୀ ଗରମ ତାୱା ଓହ୍ଲାଇ ରଖିଥିଲେ। ତାଙ୍କ ଅଜାଣତରେ ହଠାତ୍ ଶିଶୁ ଟଙ୍କଧର ଗରମ ତାୱାରେ ପଡ଼ିଯାଇଥିଲା। ଫଳରେ ଶିଶୁଟି ଗୁରୁତର ହେଇଥିଲା। ତାକୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
Popular Categories



