www.samajalive.in
Sunday, December 14, 2025
23.1 C
Bhubaneswar

ରେଳ ମଣ୍ଡଳରେ ମାନସିକ ଚାପ ପରିଚାଳନା ସେମିନାର

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଶନିବାର ମାନସିକ ଚାପ ଓ ପ୍ରସନ୍ନ ରହିବାର କଳା ବିଷୟରେ ଏକ ସେମିନାର ଆୟୋଜିତ ହୋଇଯାଇଛି। ରେଳବାଇ ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଏହି ବିଷୟବସ୍ତୁ ଉପରେ ଆୟୋଜିତ ସେମିନାରରେ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ମୁଖ୍ୟ ଅତିଥି ଓ ବ୍ରହ୍ମକୁମାରୀ ସମ୍ବଲପୁରର ଇ. ଭି. ଗିରୀଶ ଓ ଭଉଣୀ ଦୀପା ବକ୍ତା ରୂପେ ଯୋଗ ଦେଇଥିଲେ। ଏଭଳି ସେମିନାର ମାଧ୍ୟମରେ ମାନସିକ ଚାପ ପରିଚାଳନାର କଳା ଶିଖିବା ପାଇଁ ଅବସର ମିଳିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂ କହିଥିଲେ। ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମାନସିକ ଚାପ ପରିଚାଳନାର ବିଭିନ୍ନ କୌଶଳ ବିଷୟରେ ଇ. ଭି. ଗିରୀଶ ଓ ଭଉଣୀ ଦୀପା ଆଲୋକପାତ କରିଥିଲେ। ଚାପ ମୁକ୍ତ ଜୀବନଯାପନ କରିବାର ବିଭିନ୍ନ ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ, ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories