www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁରରେ ୬୬ତମ ସର୍ବଭାରତୀୟ ରେଳବାଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ ଉଦଯାପିତ

ସମ୍ବଲପୁର: ପୂର୍ବତଟ ରେଳବାଇ କ୍ରିଡା ସଙ୍ଗଠନ ସମ୍ବଲପୁରର ତତ୍ୱାବଧାନରେ ୬୬ତମ ସର୍ବ ଭାରତୀୟ ରେଳବାଇ ଟି – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ମ୍ୟାଚ ଆୟୋଜିତ ହୋଇଯାଇଛି। ପୁଲ – ଡି ର ଲିଗ ମ୍ୟାଚ ଗୁଡିକୁ ସମ୍ବଲପୁର ଠାରେ ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଓ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଏହି ଲିଗ ମ୍ୟାଚ ଗୁଡିରେ ପୂର୍ବତଟ ରେଳପଥ ଦଳ ପ୍ରଥମ ସ୍ଥାନରେ ରହିଛି। ଶନିବାର ଶେଷ ଦିବସରେ ରେଳବାଇ ଷ୍ଟାଡିୟମ ଠାରେ ଆୟୋଜିତ ୨ଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚ ରେଳ ହ୍ୱିଲ ଫ୍ୟାକ୍ଟ୍ରି ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଏବଂ ଦ୍ୱିତୀୟ ମ୍ୟାଚ ପୂର୍ବତଟ ରେଳପଥ ଓ ଆରପିଏଫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ବିନିମୟରେ ୧୬୩ ରନ ସଂଗ୍ରହ କରିଥିଲା। ଲକ୍ଷ୍ୟକୁ ପିଛା କରି ରେଳ ହ୍ୱିଲ ଫ୍ୟାକ୍ଟ୍ରି ଦଳ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୪୮ ରନ ସଂଗ୍ରହ କରିଥିବାରୁ ୧୫ ରନରେ ଦକ୍ଷିଣ କେନ୍ଦ୍ରୀୟ ଦଳ ୧୫ ରନରେ ମ୍ୟାଚ ଜିଣିଥିଲା। ଦକ୍ଷିଣ କେନ୍ଦ୍ରୀୟ ଦଳର ଧର୍ମା ରେଡ୍ଡୀ ୨୨ ବଲ ଖେଳି ୪୯ ରନ ସ୍କୋର କରିଥିବା ବେଳେ କପିଳ ଢ଼ାକା ୨୪ ବଲରେ ୪୦ ରନ ଏବଂ ରେଳବାଇ ହ୍ୱିଲ ଫ୍ୟାକ୍ଟ୍ରି ଦଳର ଶୋଏବ ୩୭ ବଲରେ ୪୦ ରନ ସଂଗ୍ରହ ଦଳ ପାଇଁ କରିଥିଲେ। ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ଦଳର ଶେଖ କାମାରୁଦ୍ଦିନ ୪ ଓଭରରେ ୩ ୱିକେଟ ନେଇଥିଲେ। ଦକ୍ଷିଣ କେନ୍ଦ୍ରୀୟ ଦଳର ଧର୍ମା ରେଡ୍ଡୀ ପ୍ଲୋୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଦ୍ୱିତୀୟ ମ୍ୟାଚରେ ଆରପିଏଫ ଦଳ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୯ ରନ କରିଥିଲେ। ପୂର୍ବତଟ ରେଳପଥ ଦଳ ଲକ୍ଷ୍ୟର ପିଛା କରି ୧୩.୧ ଓଭରରେ ମାତ୍ର ୧ ୱିକେଟ ବିନିମୟରେ ୧୧୧ ରନ ସଂଗ୍ରହ କରି ମ୍ୟାଚକୁ ୯ ୱିକେଟରେ ଜିଣିଥିଲେ। ପୂର୍ବତଟ ରେଳପଥର ଗିରିଜା ପି. ରାଉତ ୪୨ ବଲରେ ୫୭ ରନ ସଂଗ୍ରହ କରିଥିଲେ। ସେହିଭଳି ଜୟନ୍ତ ବେହେରା ୪ ଓଭରରେ ୩ ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଲିଗ ପର୍ଯ୍ୟାୟର ୬ଟି ମ୍ୟାଚ ମଧ୍ୟରୁ ପୂର୍ବତଟ ରେଳବଥ ୫ଟି ମ୍ୟାଚ ଜିଣି ଥିବା ବେଳେ ଗୋଟିଏ ମ୍ୟାଚ ବିନା ଫଳାଫଳ ଘୋଷିତ ହୋଇଥିଲା। ୨୨ ପଏନ୍ଟ ସହିତ ପୂର୍ବତଟ ରେଳପଥ ଗ୍ରୁପ ଡି ର ଶୀର୍ଷ ସ୍ଥାନରେ ରହିଛି। ମଣ୍ଡଳ ପ୍ରବନ୍ଧକ ସମ୍ବଲପୁର ବିନୀତ ସିଂ ସମସ୍ତ ଦଳ ଗୁଡିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଶୀର୍ଷରେ ରହିଥିବା ପୂର୍ବତଟ ରେଳପଥ ଦଳକୁ ସଫଳତା ପାଇଁ ଶୁଭ କାମନା ଦେଇଥିଲେ। ଏଥି ସହ ୬୬ତମ ସର୍ବଭାରତୀୟ ରେଳବାଇ କ୍ରିକେଟ ଚାମ୍ପିୟନସିପ ର ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକୁ ସଫଳତାର ସହିତ ଆୟୋଜିତ କରିଥିବାରୁ ସମସ୍ତ କ୍ରିଡା ଅଧିକାରୀ, ଖେଳାଳି ଓ ସଙ୍ଗଠକ ମାନଙ୍କୁ ଧନ୍ୟବାଦ ମଣ୍ଡଳ ପ୍ରବନ୍ଧକ ଶ୍ରୀ ସିଂ ଜଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ସମ୍ବଲପୁର ଠାରେ ସର୍ବଭାରତୀୟ ରେଳବାଇ କ୍ରିକେଟ ଚାମ୍ପିୟନସିପର ଲିଗ ପର୍ଯ୍ୟାୟର ମ୍ୟାଚ ଗୁଡିକ ଆୟୋଜିତ ହୋଇଯାଇଛି। ସମ୍ବଲପୁର ଠାରେ ଆୟୋଜିତ ହେଉଥିବା ଏହି ଲିଗ ମ୍ୟାଚ ଗୁଡିକରେ ୭ଟି ଦଳ ଯଥା ପୂର୍ବତଟ ରେଳବାଇ, ପୂର୍ବ ରେଳବାଇ, ଦକ୍ଷିଣ ରେଳବାଇ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ରେଳ ହ୍ୱିଲ ଫ୍ୟାକ୍ଟ୍ରି (ବାଙ୍ଗାଲୁରୁ), ଇନ୍ଟେଗ୍ରାଲ କୋଚ ଫ୍ୟାକ୍ଟ୍ରି (ପେରାମ୍ବୁର) ଓ ରେଳବାଇ ସୁରକ୍ଷା ବଳ ର ଦଳ ଗୁଡିକ ସାମିଲ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ ସମୟରେ ୧୬୦ ଜଣ ଖେଳାଳି ଏବଂ କ୍ରିକେଟ ଅଧିକାରୀ ସାମିଲ ହୋଇଥିଲେ। ମ୍ୟାଚ ଗୁଡିକ ୨ଟି ସିପ୍ଟ ଯଥା ସକାଳ ୯ଟାରୁ ଦିନ ୧୨ଟା ୩୦ ଏବଂ ମଧ୍ୟାହ୍ନ ୧ଟା ୩୦ରୁ ଅପରାହ୍ନ ୫ଟା ମଧ୍ୟରେ ଆୟୋଜିତ ହୋଇଥିଲା ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories