ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଗୋଲକ ନଗର ଠାରେ ଏକ ମାରୁତି ଓମିନି ଭ୍ୟାନରେ ଦୁଇଜଣ ବ୍ୟକ୍ତି ମଦ ନେଇ ଯାଉଥିବା ସମୟରେ ପୋଲିସ ସନ୍ଦେହ କରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ବିନା ଲାଇସନ୍ସରେ ମଦ ନେଉଥିବା ଜାଣି ପୋଲିସ ତାଙ୍କୁ ଗିରଫ କରି ଉକ୍ତ ଭ୍ୟାନ ସହ ସେଥିରେ ଥିବା ୯୨ଟି ବିଦେଶୀ ମଦ ବୋତଲ ଜବତ କରିଛି। ଗାଡ଼ିରେ ବେଆଇନ ଭାବରେ ମଦ କାରବାର ଚାଲିଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ତେବେ ଗିରଫ ହୋଇଥିବା ବ୍ୟକ୍ତି ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ବିହାରୀ ପଡ଼ାର କୈଳାସ କୁମାର ଓରଫ ବବଳୁ (୨୧) ଓ ବୁର୍ଲ୍ଲା ଥାନା ଅନ୍ତର୍ଗତ ଗୋଶାଳା କର୍ଣ୍ଣl ପାଲିର ସୁଜିତ୍ ଦନ୍ତା (୩୩)।
Popular Categories



