www.samajalive.in
Wednesday, December 10, 2025
26.1 C
Bhubaneswar

ହରଭଙ୍ଗାରୁ ବାଘ, ହରିଣ, କୁଟୁରା ଛାଲ ଜବତ, ଜଣେ ଗିରଫ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ ଶନିବାର ରାତିରେ ଏସ. ଟି. ଏଫ ଟିମ ଚଢ଼ାଉ କରି ଜଣଙ୍କ ପାଖରୁ ଗୋଟିଏ କଲରାପତ୍ତରିଆ ବାଘ ଛାଲ ସହ ଗୋଟିଏ ହରିଣ, ଗୋଟିଏ କୁଟୁରା ଛାଲ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଏସଟିଏଫ। ହରଭଙ୍ଗା ଅଂଚଳରେ ବାଘଛାଲ କାରବାର ସମ୍ପର୍କରେ ଏସ. ଟି. ଏଫ ଟିମ ଖବର ପାଇଥିଲା। ଧରପଗଡ଼ ପାଇଁ ଟିମ ଚାରିଛକରେ ୩ ଦିନ ହେଲା ଡେରା ପକାଇଥିଲା। ଗତକାଲି ଟିମ ହରଭଙ୍ଗାରେ ପଂହଁଚି ଉକ୍ତ ବ୍ୟକ୍ତିଙ୍କ ଠାରୁ ବାଘ ଛାଲ କିଣିବା ବାହାନାରେ ଧରିଥିଲା। ଅଭିଯୁକ୍ତକୁ ଭୁବନେଶ୍ୱର ନେବା ସହିତ ଶିକାରୀକୁ ଧରିବା ପାଇଁ ଟିମ ଅଧିକ ତଦନ୍ତ ଚଳାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories