www.samajalive.in
Sunday, December 14, 2025
16.1 C
Bhubaneswar

ମାଟ୍ରିକ ପରୀକ୍ଷା ପ୍ରସଙ୍ଗରେ ଏବିଭିପିର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ସମ୍ବଲପୁର: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ପରିଚାଳିତ ମାଟ୍ରିକ ପରୀକ୍ଷା ପରିଚାଳନା ତ୍ରୁଟି ଓ ପରୀକ୍ଷାରେ ହଜାର ହଜାର ବିଦ୍ୟାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘେରିଛି। ଏହି ପ୍ରସଙ୍ଗରେ ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇଙ୍କ ନେତୃତ୍ୱରେ ସ୍ଥାନୀୟ ଗୋଲବଜାର ଛକରେ ଏବିଭିପି କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏବିଭିପି ସମ୍ବଲପୁର ପକ୍ଷରୁ ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ କହିଛନ୍ତି ଯେ, ଚଳିତ ବର୍ଷ ପ୍ରାୟ ୧୮ ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହିବା ଆଦୌ ଗ୍ରହଣୀୟ ନୁହେଁ। ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ, ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ ଆଦି ବିଭିନ୍ନ ପ୍ରକାରର ପରିଚାଳନାଗତ ତ୍ରୁଟି ଲାଗି ରହିଛି। ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ନାବାଳିକା ବିବାହ, ଶିଶୁ ଦାଦନ ଶ୍ରମିକ ଓ ପରିବାର ଆର୍ଥିକ ସମସ୍ୟା ବିଦ୍ୟାର୍ଥୀଙ୍କ ପାଠପଢ଼଼ାକୁ ବାନ୍ଧି ରଖିଛି। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ମଧ୍ୟାହ୍ନ ଭୋଜନ, ନାମଲେଖା ଟଙ୍କା ଆଦି ହରିଲୁଟ କରିବା ପାଇଁ ରାଜ୍ୟ ସରକାର ନାମ ଲେଖାଇ ପିଲାଙ୍କ ଫର୍ମ ପୂରଣ କରୁଥିବାରୁ ଏ ସମସ୍ୟା ସୃଷ୍ଟି ହୋଇଥିବାର ସନ୍ଦେହ ରିଛୀ। ଏଣୁ ପରୀକ୍ଷା ଦେଇ ନ ଥିବା ପିଲାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ସମସ୍ୟାର ସମାଧାନ ସହ କିଭଳି ସେମାନେ ପରୀକ୍ଷା ଦେଇ ପାରିବେ ସେ ବ୍ୟବସ୍ଥା କରିବାକୁ ଏବିଭିପି ଦାବି କରୁଛି। ଯଥା ଶିଘ୍ର ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଏବିଭିପି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ରାଜ୍ୟ ସହ ସମ୍ପାଦକ ଶ୍ରୀ ବରାଇ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories