www.samajalive.in
Sunday, December 14, 2025
16.1 C
Bhubaneswar

୬୬ତମ ସର୍ବଭାରତୀୟ ରେଳବାଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର: ପୂର୍ବତଟ ରେଳବାଇ କ୍ରିଡା ସଙ୍ଗଠନ ସମ୍ବଲପୁରର ତତ୍ୱାବଧାନରେ ୬୬ତମ ସର୍ବ ଭାରତୀୟ ରେଳବାଇ ଟି – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ମ୍ୟାଚ ଆୟୋଜିତ ହେଉଛି। ଏହି ପୁଲ – ଡି ର ଲିଗ ମ୍ୟାଚ ଗୁଡିକୁ ସମ୍ବଲପୁର ଠାରେ ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଓ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ହେଉଛି। ଶନିବାର ସକାଳ ସମୟରେ ଏହାର ଉଦଘାଟନୀ ଉତ୍ସବରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ମୁଖ୍ୟ ଅତିଥି ରୂପେ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ପୂର୍ବତଟ ରେଳବାଇ ମହିଳା ସଙ୍ଗଠନର ଅଧ୍ୟକ୍ଷା ଦିବ୍ୟା ଶର୍ମା, ପୂର୍ବତଟ ରେଳବାଇ କ୍ରିଡା ସଙ୍ଗଠକ ଏ. ପି. ଦ୍ୱିବେଦୀ, ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ଓ ମହିଳା କଲ୍ୟାଣ ସଙ୍ଗଠନର ସମ୍ବଲପୁର ଅଧ୍ୟକ୍ଷା ଅଞ୍ଜନୀ ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ।

ଉଦଘାଟନୀ ମ୍ୟାଚ ପୂର୍ବତଟ ରେଳବାଇ ବନାମ ରେଳବାଇ ହ୍ୱିଲ ଫ୍ୟାକ୍ଟ୍ରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ପୂର୍ବତଟ ରେଳବାଇ ପ୍ରଥମେ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ରେଳବାଇ ହ୍ୱିଲ ଫ୍ୟାକ୍ଟ୍ରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୪୪ ରନ ସଂଗ୍ରହ କରିଥିଲୋ ରେଳବାଇ ହ୍ୱିଲ ଫ୍ୟାକ୍ଟ୍ରି ର ସାଗର ସୋଲାଙ୍କି ୪୮ ରନ, ଶୋଏବ ୩୯ ରନ ଏବଂ ଅକ୍ଷୟ ସି. କେ ୨୦ ରନ ସଂଗ୍ରହ କରିଥିଲେ। ପୂର୍ବତଟ ରେଳବାଇର ଅଭିଷେକ ଯାଦବ ୨ ୱିକେଟ ନେଇଥିବା ବେଳେ ସୁର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୧୪୪ ରନ ଲକ୍ଷ୍ୟର ଜବାବରେ ପୂର୍ବତଟ ରେଳବାଇ ୧୯.୨ ଓଭରରେ ୧୫୦ ରନ ସଂଗ୍ରହ ୬ ରନରେ ବିଜୟ ଲାଭ କରିଛନ୍ତି। ଗିରିଜା ରାଉତ ୪୨ ରନ, ସମୀର ମହାନ୍ତି ଓ ଅଭିଷେକ ଯାଦବ ପ୍ରତ୍ୟେକ ୩୮ ରନ ସଂଗ୍ରହ କରି ଦଳକୁ ଜିଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଅଭିଷେକ ଯାଦବ ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି।

- Advertisement -

ସମ୍ବଲପୁର ଠାରେ ଆୟୋଜିତ ହେଉଥିବା ଏହି ଲିଗ ମ୍ୟାଚ ଗୁଡିକରେ ୭ଟି ଦଳ ଯଥା ପୂର୍ବତଟ ରେଳବାଇ, ପୂବର୍ ରେଳବାଇ, ଦକ୍ଷିଣ ରେଳବାଇ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ରେଳ ହ୍ୱିଲ ଫ୍ୟାକ୍ଟ୍ରି (ବାଙ୍ଗାଲୁରୁ), ଇନ୍ଟେଗ୍ରାଲ କୋଚ ଫ୍ୟାକ୍ଟ୍ରି (ପେରାମ୍ବୁର) ଓ ରେଳବାଇ ସୁରକ୍ଷା ବଳ ର ଦଳ ଗୁଡିକ ସାମିଲ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ ୧୬୦ ଜଣ ଖେଳାଳି ଏବଂ କ୍ରିକେଟ ଅଧିକାରୀ ସାମିଲ ହୋଇଛନ୍ତି। ସମସ୍ତଙ୍କ ପାଇଁ ଏହି ଲିଗ ମ୍ୟାଚ ଗୁଡିକ ଦେଖିବା ପାଇଁ ଖୋଲା ରହିଛି। ମ୍ୟାଚ ଗୁଡିକ ୨ଟି ସିପ୍ଟ ଯଥା ସକାଳ ୯ଟାରୁ ଦିନ ୧୨ଟା ୩୦ ଏବଂ ମଧ୍ୟାହ୍ନ ୧ଟା ୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖେଳାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories