ପାଟଣା: ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ଏହି ବୟସରେ ସେ ଟିଭି ସାମ୍ନାରେ ବସିବା ଅପେକ୍ଷା ଖରାରେ ପନି ପରିବା ଚାଷ କରିବା ଘଟଣା ଆଜିର ଯୁବ ପିଢ଼ି ପାଇଁ ଉଦାହରଣ ପାଲିଟିଛି। ବିଶେଷ କରି ନିଜେ ଅସୁସ୍ଥତା ମଧ୍ୟରେ ନିୟମିତ ବ୍ୟାୟାମ ସହ କିଛି କିଛି ସମୟ ପନିପରିବା ଚାଷ କରି ସେ ଘରେ ତଟକା ପରିବା ଖାଇବାର ସୁଯୋଗ ପାଉଥିବା ଓ ଚାଷରୁ ଆନନ୍ଦ ସାଉଁଟୁଥିବା କହିଛନ୍ତି। ଆଜି କାଲି ପନିପରିବା ଚାଷୀମାନେ ପରିବା ଚାଷରେ ବହୁଳ ଭାବେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଥିବା ଦେଖାଯାଉଥିବା ବେଳେ କାହ୍ନୁଚରଣ ଗୋବର ଖତ ସହ ଘରୁ ବାହାରୁଥିବା ବର୍ଜ୍ୟ ପନିପରିବା ଚାଷରେ ଲଗାଇ ଭଲ ବାର୍ତ୍ତା ଦେଉଛନ୍ତି। ସଂପ୍ରତି ଆମେରିକା, ଜାପାନ ଭଳି ଶକ୍ତିଶାଳୀ ଦେଶରେ ଧୀରେ ଧୀରେ ଜୈବିକ କୃଷିର ପ୍ରଚଳନ ବଢିବା ଓ ରାସାୟନିକ ସାରକୁ ସେଠାକାର ଲୋକେ ନା କହିବା ଆରମ୍ଭ କରି ଦେଇଥିବାରୁ ଓଡିଶାରେ ପନିପରିବା ଚାଷ କରୁଥିବା ଚାଷୀଙ୍କ ପାଇଁ ପୂର୍ବତନ ବିଧାୟକ କାହ୍ନୁଚରଣଙ୍କ ଜୈବିକ ପଦ୍ଧତିରେ ପନିପରିବା ଚାଷ ବାର୍ତ୍ତା ନିଶ୍ଚିତ ପ୍ରେରଣା ଯୋଗାଇବ ଏହା ଆଶା କରାଯାଉଛି।
Popular Categories



