www.samajalive.in
Sunday, December 14, 2025
16.1 C
Bhubaneswar

ଅତାବିରା ମହାବିଦ୍ୟାଳୟରେ ‘ଅଗ୍ନିବୀର’ ସଚେତନତା ଶିବିର

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁର ଆର୍ମି ରିକ୍ୱିର୍ମେଣ୍ଟ କାର୍ୟ୍ୟାଳୟ ଓ ବରଗଡ଼ ଜିଲ୍ଲା ନିୟୋଜନ କାର୍ୟ୍ୟାଳୟର ମିଳିତ ଆନୁକୁଲ୍ୟରେ ଅତାବିରା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଗ୍ନିବୀର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦେବା ପାଇଁ କଣ ସବୁ ପ୍ରକ୍ରିୟାର ଆବଶ୍ୟକତା ଥାଏ, ସେମାନେ କେଉଁ ମାଧ୍ୟମରେ ଆବେଦନ କରିବେ, ତା ପାଇଁ କି କି ଯୋଗ୍ୟତା ରହିବ ଦରକାର ଏସବୁ ଜାଣି ନଥାନ୍ତି। ତେଣୁ ସେନାରେ ନିଯୁକ୍ତି ହେବା ପାଇଁ କି କି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡେ, କେମିତି ଆବେଦନ କରିବେ, କେଉଁପରି କରିବେ ସେ ଉପରେ ଏହି ସଚେତନତା ଶିବିରରେ ଶିକ୍ଷା ଦିଆଯାଇଥିଲା। ଜିଲ୍ଲା ନିୟୋଜନ ଅଧିକାରୀ ବିଦ୍ୟୁତ୍ ପ୍ରଭା ସାହୁ ଛାତ୍ରଛାତ୍ରୀମାନଙ୍କୁ ଏହା ଉପରେ ଉଦବୋଧନ ଦେଇଥିଲେ। ସମ୍ବଲପୁର ସେନାର ସୁବେଦାର ମେଜର ରାଜେଶ୍ ନାୱାନି ଓ ଅମିତ୍ କୁମାର ସିଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories