www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱ।ର କଲେଜ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ସଂପାନ

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ସଂପାନ ଶୁକ୍ରବାର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ.ରମେଶ ଚନ୍ଦ୍ର ଦେବତା କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆୟୋଜିତ ‘ଏକବିଂଶ ଶତାଦ୍ଧୀରେ ସାଧାରଣ ପ୍ରଶାସନର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରକୁ ଅଧ୍ୟକ୍ଷ ଉଦ୍‌‌ଘାଟନ କରିଥିଲେ। ଜନସାଧରଣଙ୍କ କଲ୍ୟାଣ ପାଇଁ ପ୍ରଶାସନ ସ୍ୱଚ୍ଛ ହେବା ସହିତ ନିଷ୍ଠାର ସହ କାର୍ୟ୍ୟକପରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରି ଥିଲେ। ସୂଚନା ଅଧିକାର, ଲୋକପାଳ ଓ ଲୋକାୟୁକ୍ତ ଅଈନ୍‌‌ ପ୍ରଚଳନ ଫଳରେ ଦେଶରେ କାର୍ୟ୍ୟ ନିର୍ବାହୀ ଅମଲାତନ୍ତ୍ରର ଉତ୍ତର ଦାୟିତ୍ୱ ବୃଦ୍ଧି ପାଇଥିବା ଅଧ୍ୟାପକ ସୁମନ୍ତ ସାହୁ ପ୍ରକାଶ କରିଥିଲେ।ରାଜନୀତି ବିଜ୍ଞାନ ମୁଖ୍ୟ ଯୁକ୍ତେଶ୍ୱର ଦାସ,ଉତ୍କଳ ବିଶ୍ୱବିଦ୍ୟାଳୟର ପୁର୍ବତନ ପ୍ରଫେସର ଡ. ସ୍ୱର୍ଣ୍ଣମୟୀ ତ୍ରୀପାଠୀ ପ୍ରମୁଖ ପ୍ରଶାସନିକ ସୁପରିଚାଳନା ଓ ଜନସାଧରଣଙ୍କ କଲ୍ୟାଣ ଦିଗରେ ୫ଟିର ଭୂମିକା ଓ ଉପଯୋଗିତା ଉପରେ ବିଶେଷ ଆଲୋଚନା କରିଥିଲେ।ଏହି ଅବସରରେ ନବାଗତା ଅଧ୍ୟାପିକା ସରିତା ମିଶ୍ରଙ୍କୁ ସମ୍ବର୍ଦ୍ଧର୍ିତ କରାଯିବା ସହିତ ବିଭାଗର ଶେଷବର୍ଷ ଛାତ୍ର ଛାତ୍ରୀକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅଧ୍ୟାପକ ସୁମନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ, ପ୍ରଭାକର ମିଶ୍ର, ରଶ୍ମୀ ରାଉତରାୟ, କ୍ଷୀରାବ୍ଧୀ ଚୌଧୁରୀ, ମୋହିତ କର, ପ୍ରଭାବତୀ ପଡ଼ିହାରୀ, ମମତା ସାହୁ, ଚିତ୍ତ ରଞ୍ଜନ ଦାସ, ସସ୍ମିତା ଭୁୟାଁ, ବସନ୍ତ କୁମାର ବିଶ୍ୱାଳ,ଦେବାଶୀଷ ସାହୁ,ଚନ୍ଦ୍ର ଶେଖର ପଣ୍ଡା, ସ୍ୱାଭିମାନ ସାମନ୍ତରାୟ, ସବିତା ମହାନ୍ତି, ନଗେନ୍ଦ୍ର ନାଥ ପରିଡ଼ା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ବିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories