www.samajalive.in
Sunday, December 14, 2025
26.1 C
Bhubaneswar

ଭିନ୍ନକ୍ଷମ ଯୁବତୀଙ୍କୁ ମିଳୁନି ଭତ୍ତା

ଫୁଲବାଣୀ: ଫୁଲବାଣୀ ବ୍ଳକର ଗଞ୍ଜୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଗୁଡ଼ା ଗ୍ରାମର ମୃତ ସୁରେନ୍ଦ୍ର କହଁଙ୍କ ଭିନ୍ନକ୍ଷମ ଝିଅ ଭବାନୀ କହଁର। ସେ ଶତକଡ଼ା ୬୦ ଭାଗ ଭିନ୍ନକ୍ଷମ ହୋଇଥିବା ନେଇ ପ୍ରମାଣ ପତ୍ର ପାଇଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ଆଜି ପର୍ୟ୍ୟନ୍ତ ମିଳୁନାହିଁ। ଏନେଇ ସରପଞ୍ଚଙ୍କୁ ପଚାରିବାରୁ ଶୀଘ୍ର ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ପରିବାରରେ ବିଧବା ମାଆଙ୍କ ସହିତ ସାନ ଭାଇ ସହ ମୋଟ ୩ ସଦସ୍ୟ। ଭବାନୀ +୨ ପାସ କଲା ପରେ ତାଙ୍କ ଗୋଡ଼ ଝିମଝିମ ହେବା ଆରମ୍ଭ ହୋଇଥିଲା ସେତେବେଳେ ପରିବାର ପକ୍ଷରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଏହା ବଢ଼ି ବଢ଼ି ଚାଲିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଉ ଚିକିତ୍ସା କରି ପାରିନଥିଲେ। ଫଳରେ ବର୍ତ୍ତମାନ ଭିନ୍ନକ୍ଷମ ହୋଇ ଘରେ ଅଛନ୍ତି ଭବାନୀ। ସରକାରୀ ସୁବିଧା କହିଲେ ପରିବାର ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳୁଥିବା ବେଳେ ଶତକଡ଼ା ୬୦ ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ସୁଦ୍ଧା ଭିନ୍ନକ୍ଷମ ଭତ୍ତା ମିଳୁ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories