ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବୌଦ୍ଧ: ବୌଦ୍ଧଜିଲା ମନମୁଣ୍ଡାଥାନା ଅନ୍ତର୍ଗତ ଗୁଡକି ଗ୍ରାମର ରଙ୍କଧର ଖମାରୀ (୨୩) ଦାଦନ ଖଟିବାକୁ ତାମିଲନାଡରୁ କୋଏମ୍ବାଟୁରକୁ ଯାଇଥିଲେ। ସେଠାରେ ତାଙ୍କର ଶୁକ୍ରବାର ଦିନ କୋଏମ୍ବାଟୁର ନିକଟବର୍ତ୍ତି କୋରନୋର ଠାରେ ଏକ ରେଳଧାରଣାରେ କଟି ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ପାଇଥିଲେ। ଏନେଇ ମୃତ ରଙ୍କଧରଙ୍କ ବଡଭାଇ ଟଙ୍କଧର ଖମାରୀ ମୃତ ଭାଇର ଶବକୁ ଘରକୁ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲା ଶ୍ରମଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Comments are closed.