ସମ୍ବଲପୁର: ସମ୍ବଲପୁର ଦେଇ ନିୟମିତ ରାଜ୍ୟ ବାହାରକୁ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ଅବକାରୀ ବିଭାଗ ପେଟ୍ରୋଲିଂ ଓ ଚେକିଂ କରୁଛି। ଏହି କ୍ରମରେ ଶୁକ୍ରବାର ଶାସନ ଥାନା ଅର୍ନ୍ତଗତ ତାଲବ ଛକ ଠାରେ ବିଜୁ ଏକ୍ସପ୍ରେସ ୱେ ରେ ଏକ ସନ୍ଦିଗ୍ଧ ବୋଲେରୋ ଗାଡିକୁ ଅବକାରୀ ଦଳ ଅଟକାଇ ଥିଲେ। ତେବେ ଗାଡିଟି ଫେରାର ମାରିବାକୁ ଉଦ୍ୟମ କରିଥିବା ବେଳେ ଗୋଡାଇ ଗୋଡାଇ ଅବକାରୀ ଦଳ ତାକୁ ଧରିଥିଲେ। ଉକ୍ତ ଗାଡିରୁ ଲୁକ୍କାୟିତ ଭାବରେ ରଖାଯାଇଥିବା ୧୦୫ କିଗ୍ରା ଅବୈଧ୍ୟ ଗଞ୍ଜେଇ ଜବତ ହୋଇଥିଲା। ବିହାର ରାଜ୍ୟର ନିବାସୀ ପ୍ରିନ୍ସ କୁମାର ସିଂ, ଉତ୍ତର ପ୍ରଦେଶ ନିବାସୀ ସଜ୍ଜନ ଯାଦବ ଓ ଶୈଳେନ୍ଦ୍ର କୁମାର ବୌଦ୍ଧ ଜିଲାରୁ ବିହାରର ରାଜଧାନୀ ପଟନାକୁ ବେଆଇନ ଭାବରେ ଏହି ଗଞ୍ଜେଇ ଚାଲାଣ କରୁଥିବାର ପୁଲିସ ଜେରା ସମୟରେ ଜଣାପଡ଼ିଥିଲା। ଏଣୁ ଅଭିଯୁକ୍ତ ମାନଙ୍କୁ ଅବକାରୀ ଦଳ ଗିରଫ କରିବା ଏକ ମାମଲା ରୁଜୁ କରି ଅଦାଲତକୁ ଚାଲାଣ କରିଛି। ଏ ଜବତ ହୋଇଥିବା ଗାଡି ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି।
Popular Categories



