www.samajalive.in
Sunday, December 14, 2025
15.1 C
Bhubaneswar

ଏନଏସସିବିରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ ଠାରେ ଶୁକ୍ରବାର ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସିକତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ପରିଷଦ ସଭାପତି କୁମୁଦିନୀ ନାୟକ ଯୋଗ ଦେଇ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ବିନା ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ ବୋଲି କହିଥିଲେ। ଏଣୁ ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହୋଇ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ସେ ଉପସ୍ଥିତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ରୂପେ ସମ୍ବଲପୁର ପର୍ଶୁରାମ ମିଶ୍ର ଅଗ୍ରଗାମୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ନିରୁପମା ବଡପଣ୍ଡା ଯୋଗ ଦେଇ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସଂଘବଦ୍ଧ ହେବା ସହିତ ଏକତ୍ରିତ ହେବାର ସଂକଳ୍ପ ନେବା ସହିତ ଏହି ଦିଗରେ ପନ୍ଥା ନିରୁପଣ କରିବାର ସମୟ ବର୍ତ୍ତମାନ ଉପନୀତ ହୋଇଛି ବୋଲି କହିଥିଲେ। ଓଡିଆ ବିଭାଗର ଅଧ୍ୟାପିକା ଡ. ଶ୍ରଦ୍ଧାମୟୀ ପୁରୋହିତ ସଭାକୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ମେଞ୍ଜା ପୂର୍ତ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନରେ ପ୍ର. ଦୁର୍ଲଭ କୁମାର ସା, ଡ. ଶ୍ୟାମ ଭୋଇ, ହରିହର ମଲ୍ଲିକ, ସୁଜିତ ପଧାନ, ସନ୍ତୋଷ ରଞ୍ଜନ ବେହେରା, ମିନତୀ ଛତ୍ରିଆ, ଶ୍ରଦ୍ଧାଞ୍ଜଳି ଦାଶ, ମିଲି ସାହୁ, ସୁରେଶ ଏକ୍କା, ଉତ୍ତମ କୁମାର ରାଉଳ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଶେଷରେ ଅଳକା ଲୁଗୁନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories