www.samajalive.in
Saturday, December 13, 2025
27.1 C
Bhubaneswar

ବୌଦ୍ଧରେ ଜିଲାସ୍ତରୀୟ ମହିଳା ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ବୌଦ୍ଧ: ବୌଦ୍ଧରେ ଜିଲାପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଅଛି । କଲେଜ ଛାତ୍ର, ଆଶାକର୍ମୀ ,ସ୍ବୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନର ମହିଳା କର୍ମଚାରୀମାନେ ସାଇକେଲ ଯାତ୍ରା ଆରମ୍ଭ କରି ଜିଲ୍ଲାପାଳ ଙ୍କକାର୍ୟ୍ୟାଳୟରେ ଯାତ୍ରା ଶେଷ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଦ୍ ଭାବନା ଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ସଭାକାର୍ୟ୍ୟ କରାଯାଇଥିଲା । ଏହି ସଭାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶ୍ବିନୀ ମେହେର ଓ ଆକ୍ସନଏଡ ୟୁନିସେଫ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ ଚଳିତ ବର୍ଷର ଆନ୍ତର୍ଜାତୀୟ ବିଷୟ ବସ୍ତୁ ଉପରେ ଆଲୋକପାତ କରି ମହିଳା ମାନଙ୍କୁ କିପରି ପ୍ରତ୍ୟେକ କ୍ଷେତ୍ର ରେ ସମାନତା ଉପଲବ୍ଧି କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ୟ୍ୟରତ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ବିଭାଗ ର ଅଫିସର ଯଥା ଆସିଷ୍ଟାଂକଲେକ୍ଟର ଚନ୍ଦ୍ର କାନ୍ତ ବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ, ତହସିଲଦାର ଦେବୀ ପ୍ରସାଦ ଦାଶ,ରାହୁଲ ପଧାନ ଓ ଆକ୍ସନଏଡ ୟୁନିସେଫ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ସମସ୍ତ କାର୍ୟ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ କରାଯାଇଥିଲା ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories