www.samajalive.in
Sunday, December 14, 2025
18.1 C
Bhubaneswar

ଦଶମ ଶ୍ରେଣୀ ସମ୍ମେଟିଭି ଆସେମେଣ୍ଟ -୨ ପରୀକ୍ଷା ଦେବେ ୯୫୮ ବିଦ୍ୟାର୍ଥୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଚଳିତ ମାସ ୧୦ ତାରିଖରୁ ୨୦ତାରିଖ ପର୍ୟ୍ୟନ୍ତ ସମ୍ମେଟିଭି ଆସେସମେଣ୍ଟ -୨ (ସାରାଂଶ ମୂଲ୍ୟାୟନ) ବୋର୍ଡ ପରୀକ୍ଷା ଶୁକ୍ରବାର ଅନୁଷ୍ଠିତ ହେବ। କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନୋଡାଲ ସେଣ୍ଟର ଅଧୀନରେ ୫ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଛି। କଲ୍ୟାଣସିଂହପୁର ୧୭୭ ଜଣ, ଜଗନ୍ନାଥପୁର ସେଣ୍ଟରରେ ୧୫୫ଜଣ, ଶିକରପାଇ ସେଣ୍ଟର ୨୧୪ ଜଣ, ବୁଡ଼ାଗୁଡା ସେଣ୍ଟରରେ ୧୮୪ ଜଣ, କଲୋନରା ବ୍ଳକର ରିଭଲକୋଣା ସରକାରୀ ଉଚ୍ଚ ବିଦ୍ୟାଳୟର ୨୨୮ ଜଣ, ମୋଟ ୯୫୮ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟରରୁ ସୂଚନା ମିଳିଛି। ସ୍ଥାନୀୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଆଚାରି ଶବର ସୁପରିଟେଣ୍ଟର ଭାବରେ ରହିଥିବା ବେଳେ ଡେ଼ପୁଟି ସୁପର ସୁପରିଟେଣ୍ଟର ଭାବେ ପ୍ରଦୀପ କୁମାର ଦଳେଇ ଦୁହେଁ ନୋଡାଲ ଓ ପରୀକ୍ଷା କେନ୍ଦ୍ର ପରିଚାଳକ ଭାବରେ ରହିଛନ୍ତି। ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନେବା ଆଣିବା ପାଇଁ ମୋନାଜ କୁମାର ସାହୁକର, ଅଜିତ ଦାସ ରହିଛନ୍ତି। ଚଳିତ ମାସ ୬ ତାରିଖଦିନ ଠାରୁ ଆସିଥିବା ପ୍ରଶ୍ନ ପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଏକ ଷ୍ଟ୍ରଙ୍ଗ କୋଠାରିରରେ ପୁଲିସର ସୁରକ୍ଷା ବଳୟରେ ରଖାଯାଇ ଥିବା ଦେଖିବାକୁ ମିଳିଛି। ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁଧାକର ରଇତ ନୋଡାଲ ସେଣ୍ଟରେର ରଖାଯାଇଥିବା ପ୍ରଶ୍ନ ପତ୍ର ଷ୍ଟ୍ରଙ୍ଗ କୋଠରୀ ପରିଦର୍ଶନ କରିବା ସହ ସୁପରିଟେଣ୍ଟର ଆଚାରି ଶବରଙ୍କ ସହିତ ଆଲୋଚନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories