www.samajalive.in
Sunday, December 14, 2025
16.1 C
Bhubaneswar

କୁର୍ଲି ଗାଁ ମୁଣ୍ଡରେ ଚିତ୍ତା ବାଘ ଭିଡିଓ ଭାଇରାଲ, ଲୋକେ ଆତଙ୍କିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଉପକଣ୍ଠ କୁର୍ଲି ଗାଁ, ବେଲପଡା ରାସ୍ତାରେ ରାତିରେ କଲରା ପତରିଆ ବାଘ ବୁଲୁଥିବା ଖବର ପ୍ରଚାର ହୋଇଛି। ଏହାପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବା ପରେ ଲୋକେ ଆତଙ୍କିତ ହୋଇ ତାଟି କବାଟ ପକାଇ ଦେଇଛନ୍ତି। ଖବର ପାଇ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳୀଙ୍କ ନେତୃତ୍ୱରେ ଫରେଷ୍ଟର ବନ କର୍ମଚାରୀ କୁର୍ଲି ଗାଁ ନିକଟରେ ପହଞ୍ଚି ଛାନବିନ ଆରମ୍ଭ କରିଛନ୍ତି। ରାତି ସାରା ବାଘ ଖୋଜାଖୋଜି କରିଥିଲେ ବି କୌଣସି ଖବର ମିଳିନଥିଲା। ଫଳରେ ବନ ବିଭାଗ କର୍ମଚାରୀ ନିରାଶ ହୋଇ ଘରକୁ ଫେରି ଯାଇଥିବା ରେଞ୍ଜର ବଡ଼ମାଳୀ ସୂଚନା ଦେଇଛନ୍ତି। ଭାଇରାଲ ଭିଡିଓ ଓ ଗତକାଲି କୁର୍ଲି ଗାଁ ମୁଣ୍ଡରେ ବାଘ ବୁଲିବା ଘଟଣାର ପ୍ରକୃତ ସତ୍ୟାସତ୍ୟ ଉପରେ ବନବିଭାଗ ନଜର ରଖି ଅନୁସନ୍ଧାନ ଜାରି ରଖିଥିବା ବନବିଭାଗ ସୂଚନା ଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories