ତିଗିରିଆ: ତିଗିରିଆ ବ୍ଲକରେ ଜୀବିକା ମିଶନରେ ଅନିୟମିତା ପ୍ରତିବାଦରେ ଶୁକ୍ରବାର ଯୁବ ସଂଗଠକ ଅଭୟ ବାରିକ ତାଙ୍କର ବହୁ ସମର୍ଥକଙ୍କ ସହିତ ବ୍ଲକ ଘେରାଉ କରିବାକୁ ଆସିଥିବା ବେଳେ ପାଞ୍ଚଗାଁ ଶିବ ମନ୍ଦିର ନିକଟରେ ତାଙ୍କର ସମର୍ଥକଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଏକ ଧଳା ସ୍କୁଟିରେ ଆସିଥିବା ଦୁଇଜଣ ଯୁବକ ରାସ୍ତା ଉପରେ ବୋମା ପକାଇ ପଳାଇ ଯାଇଥିଲେ। ଏହି ବୋମାମାଡ଼ରେ ଗୋଟିଏ ସ୍କର୍ପିଓ ଗାଡ଼ିର କାଚ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୋମାମାଡ଼ ହୋଇଥିବା ସ୍ଥାନରେ ଜଣେ ଅଟୋ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ତିଗିରିଆ ଥାନାରେ ଗୁରୁଡ଼ିଝାଟିଆ ଅଞ୍ଚଳର ନିରାକାର ସାହୁଙ୍କ ଏତଲା ପରେ ପୁଲିସ ଘଟଣା ସ୍ଥଳରେ ତଦନ୍ତ କରିଛି।
Popular Categories



