www.samajalive.in
Sunday, December 14, 2025
26.1 C
Bhubaneswar

ଜୀବିକା ମିଶନରେ ଅନିୟମିତା ପ୍ରତିିବାଦରେ ବ୍ଲକ ଘେରାଉ

ତିଗିରିଆ: ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ନୀତିନୀୟମକୁ ଉଲ୍ଲଙ୍ଘନ କରି ଜୀବିକା ମିଶନ ଯୋଜନାରେ ରାଜନେତା ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ବେଆଇନ ଭାବେ ନିଯୁକ୍ତି କରାଯାଇଥିବା ପ୍ରତିବାଦରେ ଆଠଗଡ଼଼ ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ତଥା ପୂର୍ବତନ ସୈନିକ ଅଭୟ ବାରିକ ନିଜର ବହୁ ସମର୍ଥକଙ୍କ ସହିତ ଶୁକ୍ରବାର ତିଗିରିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଏହି ଅବସରରେ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀ ବାରିକ ବ୍ଲକରେ ହୋଇଥିବା ଅନିୟମିତତାର ବିସ୍ତୃତ ସୂଚନା ଦେବା ସହ ମିଶନଶକ୍ତି ସମ୍ପୃକ୍ତ ଅଧିକାରୀ ଓ ବିଡ଼ିଓଙ୍କ ବିରୋଧରେ ଭୀଷଣ ବର୍ଷିଥିଲେ।

ତିଗିରିଆ ବ୍ଲକରେ ଓଡ଼ିଶା ଜୀବିକା ମିଶନ ଯୋଜନାର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରରେ ସଂଘ ଗଠନ ଠାରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତସ୍ତରରେ ବ୍ୟାଙ୍କମିତ୍ର, କୃଷିମିତ୍ର, ପ୍ରାଣୀମିତ୍ର, ନଥିପତ୍ର ଲେଖିକା (ଏମବିକେ) ଆଦି ପଦବୀଗୁଡ଼ିକରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆନଯାଇ ଏହାକୁ ଅଣଦେଖା କରାଯାଇଛି। ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ଏବଂ ରାଜନୈତିକ କର୍ମୀଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଏପରିକି ଏହି ଯୋଜନା ସମ୍ପର୍କୀତ ତଥ୍ୟ ସୂଚନା ଆଇନ ଅଧିକାର ବଳରେ ମଗାଯାଉଥିଲେ ମଧ୍ୟ ତାହା ସଠିକ୍‌‌ ଢ଼ଙ୍ଗରେ ମିଳୁନଥିବା ଅଭିଯୋଗ କରିଥିଲେ। ବହୁ ପୂର୍ବରୁ ବ୍ଲକ କର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଦାବିଗୁଡ଼ିକ ପୁରଣ କରାଯାଇନଥିବା ବେଳେ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଶ୍ରୀ ବାରିକ୍‌‌ ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ପ୍ରଥମେ ଶ୍ରୀ ବାରିକ୍‌‌ ନିଜ ସମର୍ଥକଙ୍କ ସହ ପାଞ୍ଚଗାଁ ଶିବ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ବ୍ଲକ ପ୍ରଶାସନ ଓ ବିଡ଼ିଓଙ୍କ ବିରୋଧରେ ନାରାବାଜି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ବିଡ଼ିଓ ପ୍ରଣବ କୁମାର ବେହେରା ଏବଂ ଜୀବିକା ମିଶନର ବିପିଏମ ପ୍ରଦୀପ ସିଂହଙ୍କ ଆଗରେ ଯୋଜନାରେ ହୋଇଥିବା ଅନିୟମିତା ସମ୍ପର୍କରେ ପୁନର୍ବାର ଦୋହରାଇବା ସହିତ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସର୍ବସାଧାରଣରେ ଜଣାଇବାକୁ ଦାବି କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଏନେଇ ନିଆଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ ଜଣାଇବା ସହିତ ଏନେଇ ଆବଶ୍ୟକୀୟ କାଗଜାତ ଖୁବ୍‌‌ଶିଘ୍ର ପ୍ରଦାନ କରିବେ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ଓହରିଥିଲା। ଶୋଭାଯାତ୍ରା ଓ ଧାରଣା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ତିଗିରିଆ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରମୋଦ କୁମାର ବାସ୍କେ, ଆଠଗଡ଼଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଅତିରିକ୍ତ ପୁଲିସ େ‘ାର୍ସ ସହିତ ତିଗିରିଆ, ମାଣିଆବନ୍ଧ, ବଡ଼ମ୍ବା, କାନପୁର ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୁନିଲ ସୁତାର, ପ୍ରଶାନ୍ତ ବେହେରା, ତପନ ପ୍ରଧାନ, ସନାତନ ରାଉଳ, ସରୋଜ ଦାସ, ନିରାକାର ସାହୁ, ରାକେଶ ପ୍ରଧାନ, ସନ୍ତୋଷ ପ୍ରଧାନ, ଟୁକୁନା ବେହେରା ଓ ଚିନ୍ମୟ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories