www.samajalive.in
Sunday, December 14, 2025
23.1 C
Bhubaneswar

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାମୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଗାମୀ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶାନ୍ତିନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ବୈଠକରେ ସଙ୍ଗଠନକୁ ଆହୁରୀ ମଜବୁତ କରିବା ସହିତ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀଙ୍କୁ ଭବ୍ୟ ରୂପେ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା। ସମ୍ବଲପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟୁ ବିଜୁ ଜୟନ୍ତୀ ପାଳନ କରାଯିବା ଉପରେ ବିଧାୟିକା ଡା. ପାଣିଗ୍ରାହୀ ଆଲୋଚନା କରିବା ପାଇଁ କର୍ମୀ ଙ୍କୁ ଆହ୍ୱାନ କରିଥିଲେ। ୫ ତାରିଖ ଅପରାହ୍ନ ୪ଟାରେ ନାରୀସେବା ସଦନ ନିକଟସ୍ଥ ଟାଉନ ହଲ ଠାରେ ଜୟନ୍ତୀ ସଭା ଅନୁଷ୍ଠିତ ହେବ। ସକାଳ ୮ଟାରେ ସମ୍ବଲପୁର ମହାନଗର ନିଗମ ଯୁବ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଅଇଁଠାପାଲି ଛକରୁ ବାହାରି ରେମେଡ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ୧୦ଟାରେ ଜିଲା ମୁଖ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବ। ଏହି ବୈଠକରେ ବିଜୁ ମହିଳା ଜନତା ଜିଲା ସଭାନେତ୍ରୀ ବନ୍ଦିତା ମିଶ୍ର, ଦେବାଶିଷ ନନ୍ଦ, ଗୋକୁଳ ମେହେର, ହୀରାଲାଲ ବେହେରା, ସତୀଶ ବିଶି, ମହମ୍ମଦ ସନାଉଲ୍ଲା, କବିତା ପୁରୋହିତ, କଳ୍ପନା ମିଶ୍ର, ସଂଯୁକ୍ତା ମେହେର, ଲକ୍ଷ୍ମୀ ପ୍ରଧାନ, ନିଶାନ୍ତ ବହିଦାର, ସୁମନ୍ତ୍ର ପଣ୍ଡା, ରମାକାନ୍ତ ସାହୁ, ଭୋଲା ଶଙ୍କର ମହତ୍ତମ, ଜିତୁ ପଟ୍ଟନାୟକଙ୍କ ସମେତ ଅନେକ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories