www.samajalive.in
Sunday, December 14, 2025
23.1 C
Bhubaneswar

ଶନି ମନ୍ଦିର ପାଇଁ ଭୂମି ପୂଜନ

ଚୌଦ୍ୱାର:ଚୌଦ୍ୱାର ପୌରପାଳିକା ୫ନମ୍ବର ୱାର୍ଡ଼ ବ୍ରାହ୍ମଣ ସାହି(କ)ଠାରେ ଶନିଦେବଙ୍କ ନୂତନମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ମନ୍ଦିରର ମୁଖ୍ୟ ଦୀନବଂଧୁ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ତ୍ତା ସୁକାନ୍ତ ହୋତା ଓ କର୍ତ୍ତୀ ସରୋଜିନୀ ହୋତା ରୀତିନୀତିରେ ପୂଜାର୍ଚ୍ଚନା ପୂର୍ବକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ନାମ ସଂକୀର୍ତ୍ତନ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟଯେ ଗ୍ରାମର ମୁଖ୍ୟ ଆରାଧ୍ୟ ଦେବତା ଶନିଦେବଙ୍କର ଦୀର୍ଘ ୫୦ବର୍ଷର ଏହି ମନ୍ଦିରଟି ଭାଙ୍ଗିରୁଜି ନଷ୍ଟ ହୋଇ ଯିବାରୁ ଗ୍ରାମବାସୀଙ୍କ ତରଫରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆ ଯାଇ ଏକ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କ୍ଷୀରୋଦ ପ୍ରହରାଜ, ମଳୟ ମହାପାତ୍ର,ଅରୁଣ ନାୟକ, ପବିତ୍ର ପୃଷ୍ଟି, ଶିବ ପ୍ରସାଦ ପ୍ରହରାଜ, ନିରଞ୍ଜନ ହୋତା, ପ୍ରଶାନ୍ତ କୁମାର ହୋତା,କୁମର ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories