ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୫ଟା ୫ ମିନିଟରେ ବିକଟାଳ ଶବ୍ଦ ହୋଇ ଘରଦ୍ୱାର ଥରିବାକୁ ଲାଗିଥିଲା। ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ରିଚର ସ୍କେଲରେ ଭୂମିକମର ତୀବ୍ରତା ୪.୫ ଥିଲା। ଜଗଦଲପୁର ଠାରୁ ୧୨୯ କିମି ଦୂରରେ ଏହାର ଉତ୍ପତ୍ତିସ୍ଥଳ ବୋଲି ଜଣାପଡିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଲକ୍ଷ୍ମୀପୁର ସମେତ ନାରାୟଣପାଟଣା, ବନ୍ଧୁଗାଁ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
Popular Categories



