ଚୌଦ୍ୱାର୨ା୩\: କର୍ମଜିବୀ ମହିଳା ମାନଙ୍କୁ କର୍ମକ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ମିଶନଶକ୍ତି ମାଧ୍ୟମରେ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ପରପ୍ରେକ୍ଷୀରେ ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ୬୦ଜଣ ମହିଳାଙ୍କୁ ବୁଧବାର ସାଇକେଲ ବଣ୍ଟ କରାଯାଇଛି। ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ପୌରଟାଉନହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପୌରପାଳିକାର ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛସାଥୀ,ଜଳସାଥୀ, ସ୍ୱଚ୍ଛ ସୁପରଭାଇଜର, ମଳପଙ୍କ ବିଶୋଧନାଗାର କର୍ମୀ, ସଂପଦ କେନ୍ଦ୍ର କର୍ମୀ , ଆହର କେନ୍ଦ୍ର କର୍ମୀ ଓ ଗୋଷ୍ଠି ଶୌଚାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ସାଇକେଲ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଯନ୍ତ୍ରୀ ଶୁଭଶ୍ରୀ ବେହେରାଙ୍କ ସମେତ ବହୁ କାଉନସିଲର ଅତିଥି ଭାବେ ଯୋଗଦେଇଥିଲେ।
Popular Categories



