www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷା ବିତ୍ପାତ: କାନ୍ଥ ଭାଙ୍ଗିଲା, ପୋଲ ଉପରେ ବର୍ଷାଜଳ ପ୍ରବାହିତ

ପାତ୍ରପୁର: ଚଳିତ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ପାତ୍ରପୁର ବ୍ଳକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷ ଜଳ ପ୍ରବାହିତ ହୋଇ କାନ୍ଥ ଭୁଶୁଡ଼ି ପଡିଛି। ସେହିପରି ୩ଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି। ଗୁରୁବାର ସକାଳ ଠାରୁ ଅନବରତ ବର୍ଷା ହେବା ଫଳରେ ବାଘଲଟି ଠାରେ ୧୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଫଳରେ ବାଘଲଟି ଜଳଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇ ୯୭.୫୫ ଫୁଟରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିଛି। ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲ ଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ଯାତାୟତ ବନ୍ଦ ରହିଛି। ସେହି ପରି ଆଙ୍କୁଲି ପଂଚାୟତ ଠୁରୀଆମ୍ବ ନାଳ ରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ କମ୍ପୁଟ ଗ୍ରାମକୁ ଯାତାୟତ ବନ୍ଦ ରହିଥିଲା।


ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁର ଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ଯିବା ରାସ୍ତାରେ ବାତରଡ଼ା ନାଳରେ ଥିବା ପୋଲ ଉପର ପାର୍ଶ୍ବରେ ନିର୍ମିତ କର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ପାତ୍ରପୁର ବ୍ଳକର ଖାରିଆଗୁଡ଼ା, ତୁରୁବୁଡ଼ି ଗଜପତି ଜିଲ୍ଲା ମହେନ୍ଦ୍ରଗଡ ସହିତ ଭ୍ରମରପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ପୋଇ ଚାନ୍ଦିଆ ନଦୀ ପାଣି ପାତ୍ରପୁର ବ୍ଳକ ମନ୍ଦରଡ଼ା ପଂଚାୟତ ତିନି ଘରିଆ ଗ୍ରାମ ଦଳିତ ସାହି ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି। ବୁରାତାଲ ପଂଚାୟତ ଦୁର୍ଗମ ମହାଲିମ୍ବ ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତିଙ୍କ ଘରେ ପାହାଡ ପାଣି ପଶିଯିବା ଫଳରେ କାନ୍ଥ ଭୁଶୁଡ଼ି ପଡିଛି। ସେହି ପରି ଅଞ୍ଚଳର ବହୁ ଧାନ ଚାଷ ଜମି ଉପରେ ପାଣି ପ୍ରବାହିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories